ଲଗାଣ ବର୍ଷା ଯୋଗୁ ୯ ଜୀବନ ଗଲା

ଲକ୍ଷ୍ନୌ: ମୁମ୍ବାଇ ପରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ପ୍ରଦେଶରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ଷା ଯୋଗୁ ଇଷ୍ଟର୍ଣ୍ଣ ଓ କେନ୍ଦ୍ର ଉତ୍ତର ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ବର୍ଷା ଜନିତ ଅଘଟଣରେ ଚାନ୍ଦୋଲିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାହାଡୋହି ଓ ଆମେଠିରେ ୨ ଜଣ ଲେଖାଏ ଲୋକଙ୍କ ମୃତ୍ୟୁ […]

ass

ass

Hemant Lenka
  • Published: Friday, 27 September 2019
  • Updated: 27 September 2019, 06:10 PM IST

Sports

Latest News

ଲକ୍ଷ୍ନୌ: ମୁମ୍ବାଇ ପରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ପ୍ରଦେଶରେ ଜଳପ୍ରଳୟ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ଷା ଯୋଗୁ ଇଷ୍ଟର୍ଣ୍ଣ ଓ କେନ୍ଦ୍ର ଉତ୍ତର ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ବର୍ଷା ଜନିତ ଅଘଟଣରେ ଚାନ୍ଦୋଲିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାହାଡୋହି ଓ ଆମେଠିରେ ୨ ଜଣ ଲେଖାଏ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ବାରଣାସୀ ଓ ଅଯୋଧ୍ୟାରେ ଜଳପ୍ରଳୟ ଯୋଗୁ ଜଣେ ଲେଖାଏ ଲୋକଙ୍କ ଜୀବନ ଯାଇଛି। ବର୍ଷା ଯୋଗୁ ଏକାଧିକ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭାବିତ ଅଞ୍ଚଳର ଜିଲ୍ଲା ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବର୍ଷା ଜନିତ ଅଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥି ସହାୟତା ଯୋଗାଇ ଦେବାକୁ କହିଛନ୍ତି। ବର୍ଷା ଯୋଗୁ ବାରଣାସୀ, ଲକ୍ଷ୍ନୌ ଓ ଅନ୍ୟାନ୍ୟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବାରଣାସୀ ଓ ଇଷ୍ଟର୍ଣ୍ଣ ୟୁପିର ଏକାଧିକ ଅଞ୍ଚଳରେ ବର୍ଷା ଜଳ ଜମି ରହିବାରୁ ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି।

ବର୍ଷାରେ ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଚାଷୀ। ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ରହିବାରୁ ଫସଲଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ବର୍ଷାର ଆଶଙ୍କା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos