ଜନ୍ମଦିନରେ ଡ୍ୟାନ୍ସ କଲେ ୯୩ ବର୍ଷୀୟ ବୃଦ୍ଧା, ଭିଡିଓ ଭାଇରାଲ

କୋଲକାତା: ବର୍ତ୍ତମାନ ସ୍ଥିତିରେ ୬୦ ବର୍ଷ ବୟସ ଯାଏ ବଞ୍ଚିବା କଷ୍ଟକର ହେଇଯାଉଛି। ତା’ ଭିତରେ ନାନା ପ୍ରକାରର ବ୍ୟାଧି ମଣିଷକୁ ଆହୁରି ଦୁର୍ବଳ କରିଦେଉଛି। ତଥାପି ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ବୟସର ଅପରାହ୍ନରେ ପହଞ୍ଚି ଥିଲେ ହେଁ ଫିଟ ରହିଛନ୍ତି। ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଜଣେ ୯୩ ବର୍ଷୀୟ ବୃଦ୍ଧା ତାଙ୍କ ଜନ୍ମ ଦିନରେ ଡ୍ୟାନ୍ସ କରୁଛନ୍ତି। ଭିଡିଓ ଦେଖିଲେ ଜଣା ପଡ଼ୁଛି […]

fc

fc

Hemant Lenka
  • Published: Saturday, 15 August 2020
  • Updated: 15 August 2020, 05:48 PM IST

Sports

Latest News

କୋଲକାତା: ବର୍ତ୍ତମାନ ସ୍ଥିତିରେ ୬୦ ବର୍ଷ ବୟସ ଯାଏ ବଞ୍ଚିବା କଷ୍ଟକର ହେଇଯାଉଛି। ତା’ ଭିତରେ ନାନା ପ୍ରକାରର ବ୍ୟାଧି ମଣିଷକୁ ଆହୁରି ଦୁର୍ବଳ କରିଦେଉଛି। ତଥାପି ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ବୟସର ଅପରାହ୍ନରେ ପହଞ୍ଚି ଥିଲେ ହେଁ ଫିଟ ରହିଛନ୍ତି।

ଏଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଜଣେ ୯୩ ବର୍ଷୀୟ ବୃଦ୍ଧା ତାଙ୍କ ଜନ୍ମ ଦିନରେ ଡ୍ୟାନ୍ସ କରୁଛନ୍ତି। ଭିଡିଓ ଦେଖିଲେ ଜଣା ପଡ଼ୁଛି ଯେ ତାଙ୍କ ଶରୀର ଦୁର୍ବଳ ହୋଇଯାଇଥିଲେ ମଧ୍ୟ ତାଙ୍କ ମନ ଏ ବୟସରେ ବି ଥକି ନାହିଁ। ଯେଉଁ ସମୟରେ ମଣିଷ ଠିକରେ ଛିଡ଼ା ହୋଇପାରେ ନାହିଁ ସେ ବୟସରେ ବୃଦ୍ଧା ଜଣଙ୍କ ଚମତ୍କାର ଢଙ୍ଗରେ ଡ୍ୟାନ୍ସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି।

ଭିଡିଓଟିରେ ବୃଦ୍ଧା ଜଣଙ୍କ ୨୦୧୮ ମସିହାରେ ରିଲିଜ୍ ହୋଇଥିବା ସିମ୍ୱା ଫିଲ୍ମର ସୁପରହିଟ୍ ଗୀତ ଆଁଖ ମାରେ ଗୀତରେ ଡ୍ୟାନ୍ସ କରିଛନ୍ତି। ବୃଦ୍ଧା ଜଣଙ୍କୁ ଏହି ସମୟରେ ତାଙ୍କ ପରିବାର ଲୋକ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ବୃଦ୍ଧାଙ୍କର ୯୩ତମ ଜନ୍ମଦିନକୁ ପରିବାର ଲୋକ ଖୁବ୍ ଧୁମଧାମରେ ପାଳନ କରିଛନ୍ତି। ସେ ମୁଣ୍ଡରେ ବର୍ଥ ଡେ ଟୋପି ଲଗାଇ କେକ୍ କାଟିଛନ୍ତି। ଏହି ଭିଡିଓଟି କୋଲକାତାର। ଏହାକୁ ବୃଦ୍ଧାଙ୍କ ନାତି ଗୌରବ ଶାହ ଅଗଷ୍ଟ ୧୦ରେ ଫେସବୁକରେ ପୋଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos