ପୁଣି କଂଗ୍ରେସର ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି?

ନୂଆଦିଲ୍ଲୀ: ଖୁବଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଗାନ୍ଧି ପରିବାର ପାଖରେ କଂଗ୍ରେସ ମଙ୍ଗ ରହିବ ନା ବାହାରୁ କାହାକୁ ଏହି ପଦରେ ବସାଯିବ, ତା’କୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏସବୁ ଭିତରେ ରାହୁଲ ଗାନ୍ଧି ପୁଣିଥରେ ଦଳର ଅଧ୍ୟକ୍ଷ ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଅଧିକ ଘିଅ ଢାଳିଛନ୍ତି କଂଗ୍ରେସର ବରିଷ୍ଠ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ବୟାନ। କଂଗ୍ରେସର ୯୯.୯% ସଦସ୍ୟ ରାହୁଲ […]

y

y

Hemant Lenka
  • Published: Friday, 18 December 2020
  • Updated: 18 December 2020, 09:32 PM IST

Sports

Latest News

ନୂଆଦିଲ୍ଲୀ: ଖୁବଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଗାନ୍ଧି ପରିବାର ପାଖରେ କଂଗ୍ରେସ ମଙ୍ଗ ରହିବ ନା ବାହାରୁ କାହାକୁ ଏହି ପଦରେ ବସାଯିବ, ତା’କୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଏସବୁ ଭିତରେ ରାହୁଲ ଗାନ୍ଧି ପୁଣିଥରେ ଦଳର ଅଧ୍ୟକ୍ଷ ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଅଧିକ ଘିଅ ଢାଳିଛନ୍ତି କଂଗ୍ରେସର ବରିଷ୍ଠ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ବୟାନ। କଂଗ୍ରେସର ୯୯.୯% ସଦସ୍ୟ ରାହୁଲ ଗାନ୍ଧି ଦଳ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଥିବା ସେ ମତ ଦେଇଛନ୍ତି।

ସୂର୍ଯ୍ୟେୱାଲା କହିଛନ୍ତି, କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା କାଲିଠାରୁ ହିଁ ଆରମ୍ଭ ହେଉଛି। ଏହାର ଅଂଶ ବିଶେଷ ଭାବେ ଆସନ୍ତାକାଲିଠାରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ। ଆସନ୍ତା ୧୦ ଦିନ ଯାଏ ବିଭିନ୍ନ ପର୍ଯ୍ୟାୟରେ ଭିନ୍ନଭିନ୍ନ ନେତାଙ୍କ ସହ ବୈଠକ ହେବ।

ଦଳ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯିବ। ଏଆଇସିସି ସଦସ୍ୟ, କଂଗ୍ରେସ କର୍ମୀ ଓ ସଦସ୍ୟମାନେ ମିଳିତ ଭାବେ ଦଳର ମଙ୍ଗ କିଏ ସମ୍ଭାଳିବ, ତା’ର ନିଷ୍ପତ୍ତି ନେବେ। ତେବେ ମୋତେ ମିଶାଇ ୯୯.୯% ନେତା ଓ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛନ୍ତି। ତେବେ ସେ ଅଧ୍ୟକ୍ଷ ହେବେ କି ନାହିଁ, ସେକଥା ସେ ନିଜେ ସ୍ଥିର କରିବେ ବୋଲି ସୂର୍ଯ୍ୟେୱାଲା କହିଛନ୍ତି।

୨୦୧୭ରେ ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ୨୦୧୯ରେ କଂଗ୍ରେସ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ରାହୁଲ ନାଟକୀୟ ଭାବେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ନେତାମାନେ ତାଙ୍କୁ ବୁଝାଇ ଥିଲେ ହେଁ ସେ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ମନା କରିଥିଲେ। ଶେଷରେ ଦୀର୍ଘ ୧୯ ବର୍ଷ ହେଲା କଂଗ୍ରେସ ମଙ୍ଗ ସମ୍ଭାଳିଥିବା ସୋନିଆ ଗାନ୍ଧି ପୁଣିଥରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos