କଶ୍ମୀରରୁ ୯୯% କଟକଣା ହଟିଲା, ସୋମବାରଠୁ ମୋବାଇଲ ସେବା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସ୍ୱାଭାବିକ ରହିଛି। ତେଣୁ ଶନିବାରଠାରୁ ଏଠାରେ ମୋବାଇଲ ପୋଷ୍ଟ ପେଡ୍‌ ସେବା ଆରମ୍ଭ ହେବ ବୋଲି ଗତାକାଲି ସ୍ଥାନୀୟ ପ୍ରଶାସନ କହିଥିଲା। ଏହାକୁ ନେଇ ୬୯ ଦିନ ହେଲା ମୋବାଇଲ ସେବା ଓ ଅନ୍ୟାନ୍ୟ ଆବଶ୍ୟକତାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ହେଲେ ରାତାରାତି ନିଷ୍ପତ୍ତି ବଦଳି ଯାଇଛି। ଶନିବାର ନୁହେଁ ସୋମବାରଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଆଜି ଜମ୍ମୁ-କଶ୍ମୀର […]

sv

sv

Hemant Lenka
  • Published: Saturday, 12 October 2019
  • Updated: 12 October 2019, 04:57 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସ୍ୱାଭାବିକ ରହିଛି। ତେଣୁ ଶନିବାରଠାରୁ ଏଠାରେ ମୋବାଇଲ ପୋଷ୍ଟ ପେଡ୍‌ ସେବା ଆରମ୍ଭ ହେବ ବୋଲି ଗତାକାଲି ସ୍ଥାନୀୟ ପ୍ରଶାସନ କହିଥିଲା। ଏହାକୁ ନେଇ ୬୯ ଦିନ ହେଲା ମୋବାଇଲ ସେବା ଓ ଅନ୍ୟାନ୍ୟ ଆବଶ୍ୟକତାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା।

ହେଲେ ରାତାରାତି ନିଷ୍ପତ୍ତି ବଦଳି ଯାଇଛି। ଶନିବାର ନୁହେଁ ସୋମବାରଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ପୁଣି କହିଛି।

ଜମ୍ମୁ-କଶ୍ମୀରର ପ୍ଲାନିଂ କମିଶନର ପ୍ରିନ୍ସିପାଲ ସଚିବ ତଥା ଆଇଏଏସ୍‌ ଅଫିସର ରୋହିତ କନସାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ସୋମବାର ମଧ୍ୟାହ୍ଣ ୧୨ଠାରୁ ସମଗ୍ର ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍‌ ମୋବାଇଲ ସେବା ଆରମ୍ଭ ହେବ। ପ୍ରକୃତରେ ଆଜି ଠାରୁ ଏହି ସେବା ଆରମ୍ଭ ହୋଇଥାଆନ୍ତା, ହେଲେ ଶେଷ ମୁହୂର୍ତ୍ତରେ ବୈଷୟିକ କାରଣରୁ ଏହା ସମ୍ଭବ ହୋଇପାରି ନାହିଁ।

ଲୋକଙ୍କୁ ସୋମବାଠାରୁ ପୋଷ୍ଟପେଡ୍‌ ସେବା ମିଳିବାକୁ ଥିବା ବେଳେ ଇଣ୍ଟରନେଟ୍‌ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ସେହିଭଳି ଆଉ କିଛି ଦିନ ପରେ ପ୍ରିପେଡ୍ ମୋବାଇଲ ସେବା ସକ୍ରିୟ ହେବ।”

କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ଏଠାରେ କଟକଣା ଲାଗୁ କରାଯିବା ସହ ଲୋକଙ୍କୁ ମୋବାଇଲ ଠାରୁ ଆରମ୍ଭ କରି ଇଣ୍ଟରନେଟ୍‌ ସେବାକୁ ବଞ୍ଚିତ କରାଯାଇଛି।

ରୋହିତ କହିଛନ୍ତି, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ କଟକଣା ଲାଗିଥିଲା। ଇତି ମଧ୍ୟରେ ପ୍ରାୟ ୯୯% ଅଞ୍ଚଳରୁ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଅଗଷ୍ଟ ୧୬ରୁ ହିଁ ପର୍ଯ୍ୟାୟକ୍ରମେ କଟକଣା କୋହଳ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଟକଣା ସତ୍ତ୍ୱେ ଉପତ୍ୟକାର ଯୁବକଙ୍କୁ ଲସ୍କର ଓ ହିଜବୁଲ ଭଳି ସଂଗଠନ ଆତଙ୍କବାଦୀ ହେବାକୁ ପ୍ରବର୍ତ୍ତାଉଛନ୍ତି। ଏଥିପାଇଁ ଆମେ କଟକଣା ଜାରି କରିଛୁ। ଏହାଦ୍ୱାରା ଉପତ୍ୟକାରେ ଶାନ୍ତି ବଜାୟ ରହିବ ଓ ଲୋକଙ୍କ ଜୀବନ ସୁରକ୍ଷିତ ରହିପାରିବ।

ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତ କରିବାକୁ ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିଲା। ତେବେ ମୋବାଇଲ୍ ସେବା ବନ୍ଦ ରହିଥିବାରୁ ପର୍ଯ୍ୟଟକ ଏଠାକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ତେଣୁ ସମସ୍ତ ସ୍ଥିତିକୁ ଆଖି ଆଗରେ ରଖି ପୋଷ୍ଟପେଡ୍ ମୋବାଇଲ ସେବା ଉପରେ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story