ଅଯୋଧ୍ୟା ବିବାଦ: ଆରମ୍ଭରୁ ଶିଳାନ୍ୟାସ ଯାଏ, ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି।

ତେବେ ଆସନ୍ତୁ ଜାଣିବା ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ମାମଲାର ପୂରା ଘଟଣାକ୍ରମ

୧: ୧୫୨୮: ମୋଗଲ ସମ୍ରାଟ ବାବର ଏହି ସ୍ଥାନରେ ଏକ ମସଜିଦ୍‌ ନିର୍ମାଣ କରିଥିଲେ। ତେବେ ହିନ୍ଦୁମାନେ ଏହାକୁ ରାମ ଜନ୍ମଭୂମି ବୋଲି ଦାବି କରିବା ସହ ଏଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି କହିଥିଲେ।

୨: ୧୮୫୩-୧୯୪୯: ଏହାକୁ ନେଇ ଅନେକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଶେଷରେ ଭାରତକୁ ଶାସନ କରୁଥିବା ବ୍ରିଟିଶରମାନେ ଉକ୍ତ ସ୍ଥାନର ଭିତର ପାର୍ଶ୍ୱକୁ ମୁସଲିମ ଓ ବାହାର ପାର୍ଶ୍ୱକୁ ହିନ୍ଦୁ ଗୋଷ୍ଠୀଙ୍କୁ ଦେଇଥିଲେ।

୩: ୧୯୪୯: ମସଜିଦ୍‌ ମଧ୍ୟରେ ଭଗବାନ ରାମଙ୍କ ଏକ ମୂର୍ତ୍ତି ଠାବ କରାଯାଇଥିଲା। ଏହାକୁ ନେଇ ମୁସଲିମମାନେ ବିରୋଧ କରିଥିଲେ। ସରକାର ଏହାକୁ ଏକ ବିବାଦୀୟ ଅଞ୍ଚଳ ବୋଲି ଘୋଷଣା କରିବା ସହ ଏହାର ଗେଟ୍‌ରେ ତାଲା ପକାଇ ଦେଇଥିଲେ।

୪: ୧୯୫୦: ଉକ୍ତ ସ୍ଥାନରେ ପୂଜା କରିବା ପାଇଁ ହିନ୍ଦୁ ପକ୍ଷ ଫୈଜାବାଦ୍‌ କୋର୍ଟରେ ଆବେଦନ କରିଥିଲେ।

୫: ୧୯୬୧: ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏକ ଆବେଦନ ଦାଖଲ କରି ଉକ୍ତ ସ୍ଥାନର ମାଲିକାନା ପାଇଁ ଦାବି କରିଥିଲା। ଏଥିସହ ଏଠାରେ ଥିବା ମୁର୍ତ୍ତିକୁ ହଟାଇବାକୁ ଦାବି କରିଥିଲା।

୬: ୧୯୮୬: ଜିଲ୍ଲା ଜଜ୍‌ ଉକ୍ତ ସ୍ଥାନର ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ।

୭: ୧୯୯୨, ଡିସେମ୍ବର୬: କର ସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗି ଦେଇଥିଲେ। ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରାୟ ୨ ହଜାର ହିନ୍ଦୁ ଓ ମୁସଲିମ ପ୍ରାଣ ହରାଇଥିଲେ।

୮: ୨୦୦୧: ମସଜିଦ୍‌ ଭଙ୍ଗା ଘଟଣାରେ ସଂପୃକ୍ତ ଥିବା ଏଲକେ ଆଡଭାନୀ ଓ କଲ୍ୟାଣ ସିଂହଙ୍କ ସମେତ ୧୩ ଜଣଙ୍କ ନାଁରେ ଲାଗିଥିବା ଚାର୍ଜକୁ ସ୍ୱତନ୍ତ୍ର ଜଜ୍‌ ରଦ୍ଦ କରିଦେଇଥିଲେ।

୯: ୨୦୦୨: କର ସେବକଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍‌ରେ ନିଆଁ ଲଗାଯିବାରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା।

୧୦: ୨୦୧୦: ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାର ୨/୩ ଅଂଶକୁ ହିନ୍ଦୁ ପକ୍ଷ ଓ ୧/୩ ଅଞ୍ଚଳକୁ ମୁସଲିମ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୧୧:୨୦୧୧: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।

୧୨: ୨୦୧୭: କୋର୍ଟ ବାହାରେ ବୁଝାମଣା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ। ଏଥିସହ ବିଜେପି ନେତାଙ୍କ ବିରୋଧରେ ଅପରାଧୀକ ଷଡ଼ଯନ୍ତ୍ର ମାମଲା ଚାଲୁ କରିବାକୁ କହିଥିଲେ।

୧୩: ୨୦୧୮: ୧୯୯୪ ମସିହାରେ ଏକ କୋର୍ଟ କହିଥିଲେ ମସଜିଦ୍‌ ଇସ୍‌ଲାମର ଆଭ୍ୟନ୍ତରୀଣ ଅଙ୍ଗ ନୁହେଁ। ଏହାର ସମୀକ୍ଷା କରିବାକୁ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।

୧୪: ୨୦୧୯, ମାର୍ଚ୍ଚ ୪: ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏଥିସହ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ।

୧୫: ୨୦୧୯, ଅଗଷ୍ଟ ୧: ମଧ୍ୟସ୍ଥତା ପ୍ୟାନେଲର ରିପୋର୍ଟ ଦାଖଲ।

୧୬: ଅଗଷ୍ଟ ୨: ମଧ୍ୟସ୍ଥତା ପ୍ୟାନେଲ ଆପୋଷ ସମାଧାନ କରିବାରେ ବିଫଳ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ।

୧୭: ଅଗଷ୍ଟ ୬: ସୁପ୍ରିମକୋର୍ଟ ଏହି ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ।

୧୮: ଅଗଷ୍ଟ ୧୬: ସୁପ୍ରିମକୋର୍ଟରେ ଶୁଣାଣି ଶେଷ।

୧୯: ନଭେମ୍ବର ୧୯: ସୁପ୍ରିମକୋର୍ଟ ବିବାଦୀୟ ଅଞ୍ଚଳକୁ ରାମ ଜନ୍ମଭୂମି ମନ୍ଦିର ନିର୍ମାଣକୁ ଟ୍ରଷ୍ଟକୁ ଦେଇଥିଲେ। ସେହିପରି ସୁନ୍ନି ୱାକଫ ବୋର୍ଡ ଅନ୍ୟ ଏକ ସ୍ଥାନରେ ୫ଏକର ଜମି ଦେବାକୁ କହିଥିଲେ।

୨୦: ୨୦୨୦, ଅଗଷ୍ଟ ୫: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ସାଢ଼େ ୩ ବର୍ଷ ମଧ୍ୟରେ ଭଗବାନ ରାମଙ୍କ ମନ୍ଦିର ଅଯୋଧ୍ୟାରେ ଶେଷ ହେବ।

ଆହୁରି ପଢ଼ନ୍ତୁ

ଜାତିସଂଘରେ ମିଛ କହିଲେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍!

ଶାନ୍ତି ପାଇଁ ଧାରା ୩୭୦ ଲାଗୁ କରାଯାଉ: ଫାରୁକ୍

ଡ୍ରଗ୍ସ ଅଭିଯୋଗ ନେଇ ମୁହଁ ଖୋଲିଲେ ଦିଆ ମୀର୍ଜା

କୋଭିଡ୍ ଟେଷ୍ଟ ଟାର୍ଗେଟ ପୂରଣ କରିବାକୁ ୧୫ ଥର ନମୁନା ଦେଲେ ଡାକ୍ତର

ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି