ଏବେ ବିହାରରେ ବିଜେପିର କ’ଣ ହେବ

ନୂଆଦିଲ୍ଲୀ: ପୁଣି ଗୋଟିଏ ରାଜ୍ୟର ବିଧାନସଭା ନିର୍ବାଚନରେ ହାରିଛି ବିଜେପି। ପ୍ରଥମେ ମହାରାଷ୍ଟ୍ର ଓ ଝାରଖଣ୍ଡରେ ସକରାର ଗଠନ କରିବାକୁ ବିଫଳ ହୋଇଥିବା ବିଜେପି ଦିଲ୍ଲୀରେ ବି ସମାନ ଦଶା ଭୋଗିଛି। ଏହାଦ୍ୱାରା ବିଜେପିର ବିହାର ରାସ୍ତା ମଧ୍ୟ କଣ୍ଟକିତ ହୋଇଛି। ଏବେ ବିଜେପି ସହଯୋଗୀ ଜେଡିୟୁ ସହ ସିଟ୍‌ ଶେୟାରିଂକୁ ନେଇ ଅଧିକ ମୂଲଚାଲ କରିପାରିବ ନାହିଁ। କାରଣ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବାରୁ ଦଳ ଚାପରେ ରହିବ। ବିଜେପିର ଚାଣକ୍ୟ ଅମିତ […]

uty

uty

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 05:24 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଗୋଟିଏ ରାଜ୍ୟର ବିଧାନସଭା ନିର୍ବାଚନରେ ହାରିଛି ବିଜେପି। ପ୍ରଥମେ ମହାରାଷ୍ଟ୍ର ଓ ଝାରଖଣ୍ଡରେ ସକରାର ଗଠନ କରିବାକୁ ବିଫଳ ହୋଇଥିବା ବିଜେପି ଦିଲ୍ଲୀରେ ବି ସମାନ ଦଶା ଭୋଗିଛି। ଏହାଦ୍ୱାରା ବିଜେପିର ବିହାର ରାସ୍ତା ମଧ୍ୟ କଣ୍ଟକିତ ହୋଇଛି।

ଏବେ ବିଜେପି ସହଯୋଗୀ ଜେଡିୟୁ ସହ ସିଟ୍‌ ଶେୟାରିଂକୁ ନେଇ ଅଧିକ ମୂଲଚାଲ କରିପାରିବ ନାହିଁ। କାରଣ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବାରୁ ଦଳ ଚାପରେ ରହିବ। ବିଜେପିର ଚାଣକ୍ୟ ଅମିତ ଶାହ କହି ସାରିଛନ୍ତି ଯେ ବିହାରରେ ଦଳ ଜେଡିୟୁ ସହ ମିଶି ଲଢ଼ିବ। ଏପରି କି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏହି ମେଣ୍ଟରେ ବଡ଼ ଭାଇ ଭୂମିକା ନିର୍ବାହ କରିବେ।

ପ୍ରଥମେ ମହାରାଷ୍ଟ୍ର ପରେ ଝାରଖଣ୍ଡ ଏବେ ଦିଲ୍ଲୀରେ ବିଜେପି ହାରିଥିବାରୁ ଜେଡିୟୁ ସିଟ୍‌ ଶେୟାରିଂ ଫର୍ମୁଲାକୁ ନିଜ ସପକ୍ଷରେ କରିବାକୁ ଚେଷ୍ଟା କରିବ। ତେଣୁ ବିଜେପି ଏଭଳି ସ୍ଥିତିରେ କ’ଣ କରିବ, ତା’ ଉପରେ ସମସ୍ତଙ୍କ ନଜର।

୨୦୧୫ରେ ବିଜେପି ୫୩, ଜେଡିୟୁ ୭୧,ଏଲଜେପି ୨, ଆରଜେଡି ୮୦, କଂଗ୍ରେସ ୨୭, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା, ସିପିଏମ ୩ ଓ ଆରଏଲଏସ୍‌ପି ୨ଟି ଆସନ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos