ବିଜେପିକୁ ଜବାବ ଦେଲା ଆପ, କହିଲା ଆଜି ହିନ୍ଦୁସ୍ତାନ ଜିତିଲା

ନୂଆଦିଲ୍ଲୀ: ପ୍ରଚାର ବେଳେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଓ ନିର୍ବାଚନକୁ  ଭାରତ-ପାକିସ୍ତାନ ମ୍ୟାଚ ସହ ତୁଳନା କରିଥିବା ବିଜେପିକୁ ଆଜି ଝଟକା ଲାଗିଛି। କାରଣ ଦିଲ୍ଲୀ ବିଧାନସଭାରେ ବିଜେପି ଲୋକ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି। ଆପ୍‌ ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ଦେଇଥିବା ପାକିସ୍ତାନ ଓ ଆତଙ୍କବାଦୀ ବୟାନର ଜବାବ ଦେଇଛି। ଆପ ପକ୍ଷରୁ କୁହାଯାଇଛି ଯେ ଆଜି ହିନ୍ଦୁସ୍ତାନ ଜିତିଲା। ଭୋଟ ଗଣତିରେ ଆପ୍‌ ବିପୁଳ ଜନସମର୍ଥନ ପାଇ ଆଗକୁ […]

ef

ef

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 01:54 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଚାର ବେଳେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆତଙ୍କବାଦୀ ଓ ନିର୍ବାଚନକୁ  ଭାରତ-ପାକିସ୍ତାନ ମ୍ୟାଚ ସହ ତୁଳନା କରିଥିବା ବିଜେପିକୁ ଆଜି ଝଟକା ଲାଗିଛି। କାରଣ ଦିଲ୍ଲୀ ବିଧାନସଭାରେ ବିଜେପି ଲୋକ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି।

ଆପ୍‌ ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ଦେଇଥିବା ପାକିସ୍ତାନ ଓ ଆତଙ୍କବାଦୀ ବୟାନର ଜବାବ ଦେଇଛି। ଆପ ପକ୍ଷରୁ କୁହାଯାଇଛି ଯେ ଆଜି ହିନ୍ଦୁସ୍ତାନ ଜିତିଲା। ଭୋଟ ଗଣତିରେ ଆପ୍‌ ବିପୁଳ ଜନସମର୍ଥନ ପାଇ ଆଗକୁ ବଢ଼ୁଥିବାରୁ ଆପର ମୁଖ୍ୟାଳୟରେ ଲୋକଙ୍କ ଭିଡ଼ ଜମିବା ସହ ଉତ୍ସବ ପାଳନ କରାଯାଇଛି।

ଏଥିରେ ଯୋଗଦେଇ ବରିଷ୍ଠ ଆପ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ଆଜି କିଏ ଜିତିଲା, ସେକଥା ସମସ୍ତେ ଦେଖିଲେ। ଶେଷରେ ହିନ୍ଦୁସ୍ତାନ ହିଁ ଜିତିଛି। ଦିଲ୍ଲୀ ପରିବାରର ୨ କୋଟି ସଦସ୍ୟ ସାରା ବିଶ୍ୱକୁ କହିଛନ୍ତି ଯେ ତାଙ୍କ ପୁଅ କେଜ୍ରିୱାଲ ଆତଙ୍କବାଦୀ ନୁହେଁ। ଅରବିନ୍ଦ କେଜ୍ରିୱାଲ ଜଣେ ସଚ୍ଚା ଦେଶଭକ୍ତ ବୋଲି ଦିଲ୍ଲୀବାସୀ ପ୍ରମାଣିତ କରିଛନ୍ତି। ପ୍ରଚଣ୍ଡ ଜନମତ ସହ ବିଜୟ ମିଳିଥିବାରୁ ମୁଁ ଦିଲ୍ଲୀବାସୀଙ୍କୁ ମୁଣ୍ଡ ନୁଆଁଇ ଧନ୍ୟବାଦ ଜଣାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos