ନୂଆଦିଲ୍ଲୀ: ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ନେତା ନବଜୋତ ସିଂ ସିଦ୍ଧୁ ଆମ ଆଦମୀ ପାର୍ଟି ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ଅଗଷ୍ଟ ପନ୍ଦରରେ ସେ ଆମ ଆଦମୀ ପାର୍ଟିରେ ଯୋଗ ଦେବାର ଥିଲା। କିନ୍ତୁ ସେ ଯୋଗ ଦେଇ ନାହାନ୍ତି। ତେଣୁ ଆଲୋଚନା ହେଉଛି ସିଦ୍ଧୁ ଆପ୍ରେ ଯୋଗ ଦେଇ ନ ପାରନ୍ତି।
ସିଦ୍ଧୁ ପାର୍ଟିରେ ଯୋଗ ଦେବା ନେଇ ଆପ ନେତାଙ୍କ ମଧ୍ୟରେ ଏବେ ବି ଆଲୋଚନା ଜାରି ରହିଛି ବୋଲି ଏକ ସୂତ୍ରରୁ ସୂଚନା ମିଳିଛି। ସିଦ୍ଧୁ ଏବେ ଟିଭି ସୋ ଓ ନିଜ କାମରେ ବ୍ୟସ୍ତ ଥିବା ଆଦମୀ ପାର୍ଟି ତରଫରୁ କୁହାଯାଇଛି।
ସିଦ୍ଧୁ ଜୁଲାଇ ୧୮ ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସିଦ୍ଧୁଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଚକିତ କରି ଦେଇଥିଲା।
ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ସିଦ୍ଧୁ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଶପଥ ନେଇଥିଲେ।
୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କର ଅମୃତସର ଲୋକସଭା ଆସନରେ ଦଳ ଅରୁଣ ଜେଟଲୀଙ୍କୁ ପ୍ରାର୍ଥୀ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।