କାଲି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ: ଆଡଭାନୀଙ୍କର ହେବ ଫୈସଲା

ନୂଆଦିଲ୍ଲୀ: ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ ଆସନ୍ତାକାଲି ପ୍ରକାଶ ପାଇବ। ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହା ଉପରେ ଚୂଡ଼ାନ୍ତ ରାୟ ଶୁଣାଇବେ। ସେପ୍ଟେମ୍ବର ୩୦ ସୁଦ୍ଧା ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଦ୍‌ନୁଯାୟୀ ଆସନ୍ତାକାଲି ରାୟ ପ୍ରକାଶ କରାଯିବ। ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀୟଙ୍କ ଭଳି ହେଭିୱେଟ ଏହି ଘଟଣାର ଅଭିଯୁକ୍ତ ରହିଛନ୍ତି। ଏମାନଙ୍କ ନିର୍ଦ୍ଦେଶରେ ହିଁ ୧୯୯୨ ମସିହା […]

dy

dy

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 09:07 PM IST

ନୂଆଦିଲ୍ଲୀ: ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ ଆସନ୍ତାକାଲି ପ୍ରକାଶ ପାଇବ। ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହା ଉପରେ ଚୂଡ଼ାନ୍ତ ରାୟ ଶୁଣାଇବେ। ସେପ୍ଟେମ୍ବର ୩୦ ସୁଦ୍ଧା ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଦ୍‌ନୁଯାୟୀ ଆସନ୍ତାକାଲି ରାୟ ପ୍ରକାଶ କରାଯିବ।

ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀୟଙ୍କ ଭଳି ହେଭିୱେଟ ଏହି ଘଟଣାର ଅଭିଯୁକ୍ତ ରହିଛନ୍ତି। ଏମାନଙ୍କ ନିର୍ଦ୍ଦେଶରେ ହିଁ ୧୯୯୨ ମସିହା ଡିସେମ୍ବର ୬ରେ କର ସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗିଥିଲେ ବୋଲି ଅଭିଯୋଗ ହୋଇଛି। ଏମାନଙ୍କ ବ୍ୟତୀତ ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଓ ବରିଷ୍ଠ ନେତା ବିଜୟ କଟାରିୟ ଏବଂ ସାଧ୍ୱୀ ଋତୁମ୍ଭରା ପ୍ରମୁଖ ଅଭିଯୁକ୍ତ ରହିଛନ୍ତି।

ଆସନ୍ତାକାଲି ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏସକେ ଯାଦବ ହିଁ ରାୟ ଶୁଣାଇବେ। ସେପ୍ଟେମ୍ବର ୧୬ରେ ଶ୍ରୀ ଯାଦବ ଘଟଣାର ସମସ୍ତ ୩୨ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୩୦ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଚୂଡ଼ାନ୍ତ ଶୁଣାଣି ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା। କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ସାରିଛନ୍ତି।

ବାବ୍ରୀ ମସଜିଦ ଘଟଣାର ତଦନ୍ତ କରି ସିବିଆଇ କୋର୍ଟରେ ୩୫୧ ଜଣ ସାକ୍ଷୀ ଓ ୬୦୦ ପୃଷ୍ଠାର ଦସ୍ତାବିଜ ଦାଖଲ କରିଥିଲା। ପ୍ରକୃତରେ ୪୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। କିନ୍ତୁ ୩ ଦଶନ୍ଧି ଧରି ମାମଲାର ଶୁଣାଣି ଚାଲିଥିବାରୁ ୧୬ ଜଣ ଅଭିଯୁକ୍ତ ପ୍ରାଣ ହରାଇ ସାରିଛନ୍ତି। ଅଭିଯୁକ୍ତମାନେ ନିଜର ଭାଷଣ ଦ୍ୱାରା ହିଁ କର୍‌ ସେବକମାନଙ୍କୁ ମସଜିଦ ଭାଙ୍ଗିବାକୁ ଉସକାଇଥିବା ସିବିଆଇ କୋର୍ଟରେ ଯୁକ୍ତି କରିଥିଲା।

୧୯୯୨ ମସିହା ଡିସେମ୍ବର ୬ରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ ତାଲିକାରେ ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ଉମା ଭାରତୀ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବ୍ୟକ୍ତି ରହିଛନ୍ତି। ଏମାନଙ୍କ ବୟାନ ମଧ୍ୟ କୋର୍ଟ ରେକର୍ଡ କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos