ଭାରତ ସହ ଆକସ୍ମିକ ଯୁଦ୍ଧ ପାଇଁ ପାକିସ୍ତାନର ଧମକ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଦରବାରରେ ଲୋକହସା ହୋଇଥିବା ପାକିସ୍ତାନ ଏବେ ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ପରିସ୍ଥିତି ଯାହା ହେଲାଣି କୌଣସି ବି ମୁହୂର୍ତ୍ତରେ ଭାରତ ସହ ଆକସ୍ମିକ ଯୁଦ୍ଧ ହୋଇପାରେ। ଗୋଟିଏ ବିବାଦର ପରିଣାମ କେତେ ଭୟଙ୍କର ହୋଇପାରେ, ସେକଥା ଭାରତ ଓ ପାକିସ୍ତାନ […]

eb

eb

Hemant Lenka
  • Published: Friday, 13 September 2019
  • Updated: 13 September 2019, 02:31 PM IST

Sports

Latest News

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଦରବାରରେ ଲୋକହସା ହୋଇଥିବା ପାକିସ୍ତାନ ଏବେ ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ପରିସ୍ଥିତି ଯାହା ହେଲାଣି କୌଣସି ବି ମୁହୂର୍ତ୍ତରେ ଭାରତ ସହ ଆକସ୍ମିକ ଯୁଦ୍ଧ ହୋଇପାରେ। ଗୋଟିଏ ବିବାଦର ପରିଣାମ କେତେ ଭୟଙ୍କର ହୋଇପାରେ, ସେକଥା ଭାରତ ଓ ପାକିସ୍ତାନ ଭଲ ଭାବେ ଜାଣିଛନ୍ତି।

ଏଭଳି ସ୍ଥିତିରେ ଏକ ଆକସ୍ମିକ ଯୁଦ୍ଧ ଆଶଙ୍କାକୁ ଟଳାଯାଇ ନପାରେ। ଯଦି ଆଗକୁ ଏମିତି ସ୍ଥିତି ଲାଗି ରହିଲା, ତା’ହେଲେ କିଛି ବି ହୋଇପାରେ। ଆମେ ଜାତିସଂଘ ମାନବାଧିକାର ପରିଷଦରେ କଶ୍ମୀରରେ ଚାଲିଥିବା ଗଣସଂହାର କଥା ଉଠାଇଛୁ।

ପରିଷଦର ସଭାପତି ଉକ୍ତ ଅଞ୍ଚଳକୁ ଯିବାକୁ ରାଜି ମଧ୍ୟ ହୋଇଛନ୍ତି। କେବଳ କଶ୍ମୀର ନୁହେଁ ପାକିସ୍ତାନର ଯେଉଁ ଅଞ୍ଚଳରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି ବୋଲି ଦାବି କରାଯାଉଛି, ସେ ଅଞ୍ଚଳକୁ ମଧ୍ୟ ପରିଷଦର ସଭାପତି ଯିବାକୁ ଆମେ ନିମନ୍ତ୍ରଣ କରିଛୁ। ସେ ଥରେ ଉକ୍ତ ଅଞ୍ଚଳକୁ ଗଲେ, ପ୍ରକୃତ ସତ କ’ଣ ପୂରା ବିଶ୍ୱ ଜାଣିପାରିବ।

ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ଆଉ ବିବାଦ ସମାଧାନ ହେବ ବୋଲି ଆମର ଆଶା ନାହିଁ। ଏବେ କେବଳ ତୃତୀୟ ପକ୍ଷର ହସ୍ତକ୍ଷେପ ଦ୍ୱାରା ହିଁ ସମସ୍ୟାର ସମାଧାନ ହୋଇପାରିବ। ହଁ ଆମେରିକା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।”

ଅନ୍ୟପକ୍ଷରେ ପାକିସ୍ତାନକୁ କଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ଓ ୟୁଏଇ ସମର୍ଥନ କରିଥିବା ସେଠାକାର ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos