ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରା ମାଡ଼ କଲେ ଯୁବକ

ମୁମ୍ବାଇ: ବାହାଘର ପ୍ରସ୍ତାବକୁ ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବାରୁ ଟିଭି ଅନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ଜଣେ ଯୁବକ ବିଚ୍‌ ରାସ୍ତାରେ ଛୁରା ମାଡ଼ କରିଛନ୍ତି। ତାଙ୍କ ତଳି ପେଟ ଓ ଦୁଇ ହାତରେ ଛୁରା ମାଡ଼ ଯୋଗୁ ଗଭୀର ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ମୁମ୍ବାଇରେ ଏହି ଘଟଣା ଘଟିଥିବା ବେଳେ ମାଲଭିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଆକ୍ରମଣକାରୀ ଯୁବକଙ୍କ ନାଁ ଯୋଗେଶ କୁମାର ମହିପାଲ ସିଂହ। ସେ […]

gi

gi

Hemant Lenka
  • Published: Tuesday, 27 October 2020
  • Updated: 27 October 2020, 05:45 PM IST

Sports

Latest News

ମୁମ୍ବାଇ: ବାହାଘର ପ୍ରସ୍ତାବକୁ ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବାରୁ ଟିଭି ଅନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ଜଣେ ଯୁବକ ବିଚ୍‌ ରାସ୍ତାରେ ଛୁରା ମାଡ଼ କରିଛନ୍ତି। ତାଙ୍କ ତଳି ପେଟ ଓ ଦୁଇ ହାତରେ ଛୁରା ମାଡ଼ ଯୋଗୁ ଗଭୀର ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ମୁମ୍ବାଇରେ ଏହି ଘଟଣା ଘଟିଥିବା ବେଳେ ମାଲଭିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଆକ୍ରମଣକାରୀ ଯୁବକଙ୍କ ନାଁ ଯୋଗେଶ କୁମାର ମହିପାଲ ସିଂହ। ସେ ଏକ ଦାମୀ କାର୍‌ରେ ଆସି ମାଲଭିଙ୍କୁ ଛୁରା ମାଡ଼ କରିବା ପରେ ଫେରାର ହୋଇଯାଇଛନ୍ତି। ପୁଲିସ୍‌ର ସୂଚନା ଅନୁଯାୟୀ, ମାଲଭି ଓ ଯୋଗେଶ ପରସ୍ପରକୁ ଦୀର୍ଘ ଗୋଟିଏ ବର୍ଷ ହେଲା ଜାଣିଥିଲେ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା।

ତେବେ ଏହି ବନ୍ଧୁତାଙ୍କୁ ବିବାହର ରୂପ ଦେବା ପାଇଁ ଯୋଗେଶ ଆଗ୍ରହ ଦେଖାଇଥିଲେ ଓ ସେ ମାଲଭିଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଏହାକୁ ସେ ସିଧାସିଧା ପ୍ରତ୍ୟାଖ୍ୟାନ କରିବା ସହ ଯୋଗେଶଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ସୋମବାର ଦିନ ମାଲଭି ଦୁବାଇରୁ ଫେରିଥିଲେ। ରାତି ପ୍ରାୟ ୯ଟା ବେଳେ ଉତ୍ତର ମୁମ୍ବାଇର ଭେରସୋଭା ଅଞ୍ଚଳରେ ଥିବା ଗୋଟିଏ କାଫେରୁ ସେ ଘରକୁ ଯାଉଥିବା ବେଳେ ଯୋଗେଶ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ପ୍ରଥମେ ଯୋଗେଶ ଅଡି କାର୍‌ ଧରି ମାଲଭିଙ୍କ ବାଟ ଓଗାଳିଥିଲେ। ଏହାପରେ ସେ କାହିଁକି ତାଙ୍କ ସହ କଥାବାର୍ତ୍ତା କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ମାଲଭି କହିଥିଲେ ଯେ “ମୁଁ ତୁମ ସହ କଥା ହେବାକୁ ଚାହୁଁନାହିଁ। କ’ଣ ପାଇଁ ମୋ ରାସ୍ତା ଅଟକାଉଛ? ଦୟା କରି ମୋ ପିଛା କରାନାହିଁ।”

ଏକଥା ଶୁଣି ଯୋଗେଶ ରାଗି ଯାଇଥିଲେ ଓ ମାଲଭିଙ୍କ ଉପରେ ୩ ଥର ଛୁରୀରେ ଆକ୍ରମଣ କରିଥିଲେ। ଏବେ ପୁଲିସ୍‌ ମାଲଭିଙ୍କ ଅଭିଯୋଗକ୍ରମେ ମାମଲା ଦାଏର କରି ଯୋଗେଶଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos