ପ୍ରହସନ ପାଲଟିଛି ଏନ୍‌ଆରସି ଡ୍ରାଫ୍ଟ, ତାଲିକାରରୁ ବାଦ ପଡ଼ିଲେ ଆଉ ଏକ ଲକ୍ଷ ଲୋକ

ଗୁଆହାଟୀ: ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନସ୍‌(ଏନ୍‌ଆରସି)ର ଚୂଡ଼ାନ୍ତ ଡ୍ରାଫ୍ଟ ଲିଷ୍ଟ ଆଜି ପ୍ରକାଶ ପାଇଛି। ରେଜିଷ୍ଟର ଜେନେରାଲ ଅଫ୍‌ ଇଣ୍ଡିଆ ଏହାକୁ ପ୍ରକାଶ କରିଛନ୍ତି। ତେବେ ଏହି ଡ୍ରାଫ୍ଟ ତାଲିକାରୁ ଅତିରିକ୍ତ ୧ ଲକ୍ଷରୁ ଅଧିକ ଲୋକଙ୍କ ନାଁ ବାଦ ପଡ଼ିଛି। ଏହି ଚୂଡ଼ାନ୍ତ ଡ୍ରାଫ୍ଟ ତାଲିକାରେ ୧,୦୨,୪୬୨ ଜଣଙ୍କ ନାଁକୁ ସାମିଲ କରାଯାଇଛି। କିନ୍ତୁ ଏହି ଡ୍ରାଫ୍ଟ ତାଲିକାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତବର୍ଷ ଜୁଲାଇ ୩୦ରେ ଏନ୍‌ଆରସି ଡ୍ରାଫ୍ଟ ତାଲିକା […]

w

w

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 04:03 PM IST

Sports

Latest News

ଗୁଆହାଟୀ: ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନସ୍‌(ଏନ୍‌ଆରସି)ର ଚୂଡ଼ାନ୍ତ ଡ୍ରାଫ୍ଟ ଲିଷ୍ଟ ଆଜି ପ୍ରକାଶ ପାଇଛି। ରେଜିଷ୍ଟର ଜେନେରାଲ ଅଫ୍‌ ଇଣ୍ଡିଆ ଏହାକୁ ପ୍ରକାଶ କରିଛନ୍ତି। ତେବେ ଏହି ଡ୍ରାଫ୍ଟ ତାଲିକାରୁ ଅତିରିକ୍ତ ୧ ଲକ୍ଷରୁ ଅଧିକ ଲୋକଙ୍କ ନାଁ ବାଦ ପଡ଼ିଛି। ଏହି ଚୂଡ଼ାନ୍ତ ଡ୍ରାଫ୍ଟ ତାଲିକାରେ ୧,୦୨,୪୬୨ ଜଣଙ୍କ ନାଁକୁ ସାମିଲ କରାଯାଇଛି। କିନ୍ତୁ ଏହି ଡ୍ରାଫ୍ଟ ତାଲିକାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତବର୍ଷ ଜୁଲାଇ ୩୦ରେ ଏନ୍‌ଆରସି ଡ୍ରାଫ୍ଟ ତାଲିକା ପ୍ରକାଶ ପାଇଥିଲା। ଆସାମ ନାଗରିକତ୍ୱ ପାଇଁ ୩ କୋଟିରୁ ଅଧିକ ଲୋକ ଆବେଦନ କରିଥିବା ବେଳେ ଚୂଡ଼ାନ୍ତ ଡ୍ରାଫ୍ଟ ତାଲିକାରୁ ୪୦ ଲକ୍ଷ ଲୋକ ବାଦ ପଡ଼ିଥିଲେ। ଅର୍ଥାତ ଏହି ୪୦ ଲକ୍ଷ ଆସାମବାସୀ ଭାରତୀୟ ହେବାର ମାନ୍ୟତା ହରାଇଥିଲେ।

ଏହାକୁ ନେଇ ବିବାଦ ଉପୁଜିଥିବାରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ପ୍ରମାଣ ସହ ପୁଣିଥରେ ନାଗରିକତ୍ୱ ପାଇଁ ଆବେଦନ କରିବାକୁ କୁହାଯାଇଥିଲା। କିନ୍ତୁ ଏବେ ପ୍ରକାଶ ପାଇଥିବା ନାଗରିକତ୍ୱ ଡ୍ରାଫ୍ଟ ତାଲିକାରୁ ବାଦ୍‌ ପଡ଼ିଥିବା ଲୋକଙ୍କ ସଂଖ୍ୟା ୪୧ ଲକ୍ଷ ଟପି ଯାଇଛି।

ଆସାମରେ ନାଗରିକତ୍ୱ ପାଉଥିବା ଲୋକଙ୍କୁ ଏକ ପରିଚୟପତ୍ର ଦିଆଯାଏ, ଯେଉଁଥିରେ ସେମାନଙ୍କ ନାଁ, ଠିକଣା ଓ ଫଟୋ ରହିଥାଏ। ଯାହା ପାଖରେ ଏଭଳି ପରିଚୟପତ୍ର ନଥିବ, ସେ ବେଆଇନ୍‌ ଭାବେ ଏଠାରେ ରହୁଛି ବୋଲି ଧରାଯିବ। ଏବେ କିନ୍ତୁ ଏଭଳି ଏନ୍‌ଆରସି ଡ୍ରାଫ୍ଟ ତାଲିକାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନ୍‌ଆରସି ପକ୍ଷରୁ ଜାରି ପ୍ରେସ ରିଲିଜ୍‌ରେ କୁହାଯାଇଛି ଯେ “ ଯେଉଁମାନଙ୍କ ନାଁ ଡ୍ରାଫ୍ଟ ତାଲିକାରୁ ବାଦ୍‌ ପଡ଼ିଛି, ସେମାନଙ୍କୁ ଏକ ନୋଟିସ୍‌ ଜରିଆରେ ଏ ସମ୍ପର୍କରେ ଅବଗତ କରାଯିବ। ଏଥିସହ କ’ଣ ପାଇଁ ସେମାନଙ୍କ ନାଁ ଏଥିରୁ ବାଦ୍‌ ପଡ଼ିଥିଲା, ସେକଥା ମଧ୍ୟ ଜଣାଯିବ। ଏହାପରେ ସେମାନେ ଚାହିଁଲେ ପୁଣିଥରେ ଆବେଦନ କରିପାରିବେ। ଜୁଲାଇ ୧୧ ଆବେଦନ କରିବାର ଶେଷ ତାରିଖ ରହିଛି। ଆସାମ ନାଗରିକତ୍ୱ ତାଲିକା ଜୁଲାଇ ୩୧ରେ ପ୍ରକାଶ ପାଇବ।”

ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ନାଗରିକତ୍ୱ ପାଇଁ ପଞ୍ଜୀକରଣ ନିୟମ ରହିଛି। ନିଜ ନାଁକୁ ପଞ୍ଜୀକରଣ କରିବାକୁ ହେଲେ ଜଣେ ବ୍ୟକ୍ତି ୧୯୭୧ ମସିହା ମାର୍ଚ୍ଚ ୨୪ ପୂର୍ବରୁ ତାଙ୍କ ପରିବାର ବର୍ଗ ଆସାମରେ ରହୁଥିଲେ ବୋଲି ଉପଯୁକ୍ତ ଦସ୍ତାବିଜ୍‌ ଦେବାକୁ ପଡ଼ିବ। କାରଣ ୧୯୭୧ ମସିହା ମାର୍ଚ୍ଚ ୨୫ରେ ବାଲାଂଦେଶ ଲିବରେସନ୍‌ ୱାର୍‌ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ଡିସେମ୍ୱର ୧୬ ଯାଏ ଚାଲିଥିଲା ଏବଂ ବିଧିବଦ୍ଧ ଭାବେ ବାଂଲାଦେଶ ଗଠିତ ହୋଇଥିଲା।
କିନ୍ତୁ ମାର୍ଚ୍ଚ ୨୬ରୁ ହିଁ ଶେଖ୍‌ ମୁଜିବୁର୍‌ ରେହମାନ୍‌ ବାଂଲାଦେଶ ଗଠନ ହେଲା ବୋଲି ଘୋଷଣା କରିଥିଲେ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍‌ଆର୍‌ସି ପକ୍ଷରୁ ଆସାମରେ ନାଗରିକତ୍ୱ ପାଇଁ ନିୟମ ପ୍ରଣୟନ କରାଯାଇଥିଲା।

ପ୍ରଥମ ଏନ୍‌ଆର୍‌ସି ଡ୍ରାଫ୍ଟ ୧୯୫୧ରେ ରିଲିଜ୍‌ କରାଯାଇଥିଲା। ସେତେବେଳେ ଆସାମର ଜନସଂଖ୍ୟା ୮୦ ଲକ୍ଷ ରହିଥିଲା। ତେବେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏଏଏସ୍‌ୟୁ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୨୦୦୫ରେ ଏନ୍‌ଆର୍‌ସି ଡ୍ରାଫ୍ଟକୁ ଅପଡେଟ୍‌ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଅପଡେଟ୍‌ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାରୁ ଏହାକୁ ବନ୍ଦ ରଖାଯାଇଥିଲା। ୨୦୦୯ରେ ଆସାମ ପବ୍ଲିକ୍‌ ୱାର୍କସ୍‌(ଏପିଡବ୍ଲ୍ୟୁ) ନାମକ ଏକ ଏନ୍‌ଜିଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ଅପଡେଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅପଡେଟ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ ପାଖାପାଖି ୩.୨୯ କୋଟି ଲୋକ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ। ଏନ୍‌ଆର୍‌ସିର ପ୍ରଥମ ଡ୍ରାଫ୍ଟ୍‌ ଡିସେମ୍ୱରରେ ପ୍ରକାଶ ପାଇଥିଲା। ଏହି ତାଲିକାରେ ୧.୯୦ କୋଟି ଲୋକ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story