ନୂଆଦିଲ୍ଲୀ: ଆଧାରକାର୍ଡ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଛି। ସରକାରୀ ସେବାରେ ଆଧାରକାର୍ଡ ବାଧ୍ୟତାମୂଳକ କରାଯିବା ନେଇ ମୋଦି ସରକାର ନେଇଥିବା ନିଷ୍ପତ୍ତିର ଶୁଣାଣି କରି କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ନ ଆସିବା ପର୍ଯ୍ୟନ୍ତ ଆଧାରକାର୍ଡ ନ ଥିବା ଲୋକଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି, ଆଧାର କାର୍ଡ ପ୍ରସ୍ତୁତି ତାରିଖକୁ ୨୦୧୭ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏବେ ଯେଉଁମାନଙ୍କ ପାଖରେ ଆଧାର ନାହିଁ ସେମାନେ ପୂର୍ବ ପରି ସରକାରୀ ଯୋଜନାର ଲାଭ ନେଇ ପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।