ଲୋକଙ୍କୁ ଆଶ୍ୱସ୍ତି: ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା କରିପାରିବେ ଆଧାର ଲିଙ୍କ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବାକୁ ଆଧାର ଲିଙ୍କର ଶେଷ ସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଏଥିପାଇଁ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ସମୟ ଦିଆଯାଇଛି। କେନ୍ଦ୍ର ସରକାର ଏହା ସୁପ୍ରିମକୋର୍ଟକୁ ଜଣାଇଛନ୍ତି।  କେନ୍ଦ୍ର ତରଫରୁ ଆଡଭୋକେଟ ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି, ଯେଉଁମାନଙ୍କର ଆଧାର କାର୍ଡ ନାହିଁ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ କିମ୍ବା ଆଧାର ନ ଥିବା ବ୍ୟକ୍ତିଙ୍କୁ କୌଣସି ସରକାରୀ ଯୋଜନାରୁ ବଞ୍ଚିତ କରାଯିବ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 06:06 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବାକୁ ଆଧାର ଲିଙ୍କର ଶେଷ ସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଏଥିପାଇଁ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ସମୟ ଦିଆଯାଇଛି। କେନ୍ଦ୍ର ସରକାର ଏହା ସୁପ୍ରିମକୋର୍ଟକୁ ଜଣାଇଛନ୍ତି।  କେନ୍ଦ୍ର ତରଫରୁ ଆଡଭୋକେଟ ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି, ଯେଉଁମାନଙ୍କର ଆଧାର କାର୍ଡ ନାହିଁ, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ କିମ୍ବା ଆଧାର ନ ଥିବା ବ୍ୟକ୍ତିଙ୍କୁ କୌଣସି ସରକାରୀ ଯୋଜନାରୁ ବଞ୍ଚିତ କରାଯିବ ନାହିଁ। ଆଗରୁ ଆଧାର ଲିଙ୍କ୍ କରିବାର ଶେଷ ଦିନ ଥିଲା ଗତ ସେପ୍ଟେମ୍ବର ୩୦।  ପରେ ତାକୁ ଡିସେମ୍ବର ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରାୟ ୧୩୫ଟି ଯୋଜନାକୁ ଆଧାର ସହିତ ଲିଙ୍କ କରାଯାଇଛି। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚ୍ୟାଲେଞ୍ଜ ଦେଇ କହିଛନ୍ତି, ତାଙ୍କର ଫୋନ୍ କାଟି ଦିଆଯାଉ ପଛେ, ସେ କିନ୍ତୁ ଆଧାର ସହିତ ଲିଙ୍କ କରିବେ ନାହିଁ। ଦୀର୍ଘଦିନ ଧରି କେନ୍ଦ୍ରସରକାର ଓ ତାଙ୍କ ଯୋଜନାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରିଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos