ଗୃହବନ୍ଦୀରୁ ମୁକ୍ତି ପାଇଲେ ଜମ୍ମୁ ରାଜନେତା

ନୂଆଦିଲ୍ଲୀ: ପାଖପାଖି ୨ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ରଖିଥିବା ଜମ୍ମୁର ପ୍ରାୟ ସମସ୍ତ ରାଜନେତାଙ୍କୁ ଗୃହବନ୍ଦୀରୁ ଆଜି ମୁକ୍ତି ଦେଇଛି। ନ୍ୟାଶନାଲ କନଫରେନ୍ସ, କଂଗ୍ରେସ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ପ୍ୟାନ୍ଥର୍ସ ପାର୍ଟି (ଜେକେଏନପିପି)ର ସମସ୍ତ ରାଜନେତାଙ୍କୁ ଆଜି ପ୍ରଶାସନ ଛାଡ଼ିଦେଇଛି। ଏମାନଙ୍କୁ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅନ୍ୟପକ୍ଷରେ କଶ୍ମୀରରେ ଗୃହବନ୍ଦୀ ବା ଅଟକ ଥିବା ରାଜନେତାଙ୍କ ଉପରେ ପ୍ରଶାସନ ଏଯାଏ କୌଣସି […]

j

j

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 12:19 PM IST

ନୂଆଦିଲ୍ଲୀ: ପାଖପାଖି ୨ ମାସ ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ରଖିଥିବା ଜମ୍ମୁର ପ୍ରାୟ ସମସ୍ତ ରାଜନେତାଙ୍କୁ ଗୃହବନ୍ଦୀରୁ ଆଜି ମୁକ୍ତି ଦେଇଛି। ନ୍ୟାଶନାଲ କନଫରେନ୍ସ, କଂଗ୍ରେସ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ପ୍ୟାନ୍ଥର୍ସ ପାର୍ଟି (ଜେକେଏନପିପି)ର ସମସ୍ତ ରାଜନେତାଙ୍କୁ ଆଜି ପ୍ରଶାସନ ଛାଡ଼ିଦେଇଛି।

ଏମାନଙ୍କୁ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅନ୍ୟପକ୍ଷରେ କଶ୍ମୀରରେ ଗୃହବନ୍ଦୀ ବା ଅଟକ ଥିବା ରାଜନେତାଙ୍କ ଉପରେ ପ୍ରଶାସନ ଏଯାଏ କୌଣସି ନିଷ୍ପତ୍ତି ନେଇନାହିଁ। ଜମ୍ମୁରେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଠାରେ ଅଟକ ଥିବା ରାଜନେତାଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁରେ ଅଟକ ରହିଥିବା ସମସ୍ତ ରାଜନୀତିକ ଦଳର ନେତାଙ୍କୁ ଆଜି ଗୃହବନ୍ଦୀରୁ ମୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଏନ୍‌ସିର ଦେବେନ୍ଦ୍ର ରାଣା, ଏସ୍‌ଏସ୍‌ ସଲାଥିଆ, କଂଗ୍ରେସ ରମଣ ଭାଲ୍ଲା ଓ ଜେକେଏନ୍‌ପିପି ହର୍ଷଦେବ ସିଂହଙ୍କ ଭଳି ନେତା ରହିଛନ୍ତି। ଏମାନଙ୍କୁ ପାଖାପାଖି ୨ ମାସ ହେଲା ଗୃହବନ୍ଦୀ ହୋଇ ରହିଥିଲେ।

ଜମ୍ମୁରୁ ରାଜନେତାଙ୍କୁ ମୁକ୍ତ କରାଯାଇଥିଲେ ହେଁ ଏବେ ବି ଏନ୍‌ସିର ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସର ସାଜ୍ଜଦ ଲୋନେଙ୍କ ଭଳି ରାଜନେତାମାନେ ପ୍ରଶାସନ ଦ୍ୱାରା ଅଟକ ରହିଛନ୍ତି। ବିଭିନ୍ନ ମହଲରେ ରାଜନେତାମାନଙ୍କ ଅଟକ ରଖିବା ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ବିଜେପିର ଏକାଧିକ ନେତା ଏହାକୁ ସମର୍ଥନ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜନେତାଙ୍କୁ ଅଟକ ରଖା ଯାଇଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି।

କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ରାଜେନତାଙ୍କ ଅଟକ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ କହିଥିଲେ, “ଜମ୍ମୁ-କଶ୍ମୀରର କୌଣସି ରାଜନେତାଙ୍କୁ ୧୮ ମାସରୁ ଅଧିକ ଦିନ ଯାଏ ଅଟକ ରଖାଯିବ ନାହିଁ। ତେବେ ରାଜନେତାମାନେ ଗୃହବନ୍ଦୀ ହୋଇ ନାହାନ୍ତି। ବରଂ ଗୃହ ଅତିଥି ହୋଇ ରହିଛନ୍ତି। ରାଜନେତାଙ୍କୁ ଭିଆଇପି ବଙ୍ଗଳାରେ ରଖାଯାଇଛି। ସେମାନଙ୍କୁ ହଲିଉଡ୍‌ ସିନେମା ଦେଖାଇବା ପାଇଁ ସିଡି ଦିଆଯାଇଛି। ଏପରି ବ୍ୟାୟାମ କରିବାକୁ ଜିମ୍‌ ସୁବିଧା ମଧ୍ୟ ସେଠାରେ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story