କାବୁଲ: ଗତ ୪ ଦିନ ମଧ୍ୟରେ ପାକିସ୍ତାନରୁ ଆଫଗାନିସ୍ତାନକୁ ଫେରିଛନ୍ତି ୧୦,୦୦୦ ଶରଣାର୍ଥୀ । ଏହାସହ ଗତ ୬ ମାସ ମଧ୍ୟରେ ମୋଟ ୨,୦୦,୦୦୦ ଶରଣାର୍ଥୀ ଫେରିଛନ୍ତି ବୋଲି ଗୁରୁବାର ସୂଚନା ଦେଇଛି ଆଫଗାନିସ୍ତାନର ଶରଣାର୍ଥୀ ଓ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ।
ପାକିସ୍ତାନ ସେନା ଓ ସରକାରଙ୍କ ଉପରେ ଆଫଗାନିସ୍ତାନ ପକ୍ଷରୁ ଚାପ ପ୍ରୟୋଗ କରାଯିବା ପରେ ଗତ ୪ ଦିନ ମଧ୍ୟରେ ଏତେ ସଂଖ୍ୟକ ଶରଣାର୍ଥୀଙ୍କୁ ମୁକ୍ତ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟର ମିଡିଆ ଆଡ୍ଭାଇଜର ହଫିଜ୍ ଅହମ୍ମଦ ମିଆଖାଲି କହିଛନ୍ତି, “ଶରଣାର୍ଥୀଙ୍କୁ ନେଇ ଦୁଇ ଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ସରଣାର୍ଥୀଙ୍କୁ ପ୍ରତ୍ୟାବର୍ତ୍ତନ ନେଇ ପାକିସ୍ତାନ ଉପରେ ରାଜନୈତିକ ଚାପ ପ୍ରୟୋଗ କରାଯାଇଥିଲା। ଶେଷରେ ଆଫଗାନ ସରକାରଙ୍କ ଦାବିକୁ ପାକିସ୍ତାନ ସରକାର ମାନି ନେଇ ସରଣାର୍ଥୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।
National
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।