ପୁଣି ଫେରିଲା ନାଇଟ କର୍ଫ୍ୟୁ, ରାତି ୯ରୁ ସକାଳ ୬ ସବୁ ବନ୍ଦ

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ ଭାରତକୁ ନାଇଟ କର୍ଫ୍ୟୁ କମବ୍ୟାକ୍‌ କରିଛି। ଦେଶର ପ୍ରଥମ ସହର ଭାବେ ଗୁଜରାଟର ଅହମଦାବାଦରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଏହାର ଅର୍ଥ ରାତି ୯ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବା ଓ ଦୋକାନକୁ ଛାଡ଼ିଦେଲେ ଆଉ ସବୁ କିଛି ବନ୍ଦ ରହିବ। ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ନିୟମ ଲାଗୁ ହେବ। ଦୀପାବଳି ପରେ ଗୁଜରାଟର ଅହମଦାବାଦରେ କରୋନା ସଂକ୍ରମିତଙ୍କ […]

fr

fr

Hemant Lenka
  • Published: Thursday, 19 November 2020
  • Updated: 19 November 2020, 08:25 PM IST

Sports

Latest News

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ ଭାରତକୁ ନାଇଟ କର୍ଫ୍ୟୁ କମବ୍ୟାକ୍‌ କରିଛି। ଦେଶର ପ୍ରଥମ ସହର ଭାବେ ଗୁଜରାଟର ଅହମଦାବାଦରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।

ଏହାର ଅର୍ଥ ରାତି ୯ଟାରୁ ସକାଳ ୬ଟା ଯାଏ କେବଳ ଜରୁରୀ ସେବା ଓ ଦୋକାନକୁ ଛାଡ଼ିଦେଲେ ଆଉ ସବୁ କିଛି ବନ୍ଦ ରହିବ। ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଏହି ନିୟମ ଲାଗୁ ହେବ।

ଦୀପାବଳି ପରେ ଗୁଜରାଟର ଅହମଦାବାଦରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଆହୁରି କିଛି ପର୍ବ ପର୍ବାଣୀ ଆସୁଛି। ତେଣୁ କରୋନା ସ୍ଥିତି ବେକାବୁ ହେବାର ଆଶଙ୍କା ଥିବାରୁ ଅହମଦାବାଦ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ କୁମାର ଗୁପ୍ତା କହିଛନ୍ତି, କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ଏଭଳି ବ୍ୟବସ୍ଥା କରାଯାଇଛି। ଆମର ଆଶା ସାଧାରଣ ଲୋକ ପୁଲିସ୍ ପ୍ରଶାସନକୁ ଏଥିରେ ସହଯୋଗ କରିବେ ଓ ସବୁ ନିୟମ ପାଳନ କରିବେ।

କିଛି ଲୋକ କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ବେଡ୍ ଅଛି କି ନାହିଁ ପ୍ରଶ୍ନ କରିଥିଲେ। ତେବେ ସମସ୍ତେ ଜାଣିବା ଦରକାର ଯେ ସହରରେ ଥିବା ହସ୍ପିଟାଲଗୁଡ଼ିକର ୪୦% ପ୍ରତିଶତ ଲେଖାଏ ବେଡ୍‌ କରୋନା ରୋଗୀଙ୍କ ପାଇଁ ଫାଙ୍ଖା ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos