ଏୟାର ଇଣ୍ଡିଆକୁ ତେଲ ଦେବାକୁ ମନା କଲେ ତୈଳ କମ୍ପାନୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ମଧ୍ୟରେ ଫସିଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆକୁ ଆଜି ଝଟ୍‌କା ଲାଗିଛି। ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀ ଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ। ଫଳରେ ଉକ୍ତ କମ୍ପାନୀ ଗୁଡ଼ିକ ଆଜି ଏୟାର ଇଣ୍ଡିଆ ବିମାନ ସେବା ସଂସ୍ଥାକୁ ତେଲ ଦେବାକୁ ମନା କରିଦେଇଛନ୍ତି।

କୋଚି, ପୁଣେ, ପାଟନା, ରାଞ୍ଚି, ବିଶାଖପାଟନମ ଓ ମୋହଲିରେ ଥିବା ଏୟାର ଇଣ୍ଡିଆର ୬ଟି ତେଲ ଟାଙ୍କିରେ ଆଜି ତୈଳ ପହଞ୍ଚି ପାରିନାହିଁ। ଏହି କାରଣରୁ ବିମାନ ସେବା ଯୋଗାଇବା ଏୟାର ଇଣ୍ଡିଆ ପକ୍ଷେ କଷ୍ଟ ସାଧ୍ୟ ହେବ ବୋଲି ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ବିଭିନ୍ନ ତୈଳ କମ୍ପାନୀଗୁଡ଼ିକ ଏୟାର ଇଣ୍ଡିଆଠାରୁ ପ୍ରାୟ ୪୫୦୦ କୋଟି ଟଙ୍କା ପାଇବାକୁ ଅଛି। ଏହି କାରଣରୁ ଇଣ୍ଡିଆନ ଅଏଲ କର୍ପୋରେସନ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଏୟାର ଇଣ୍ଡିଆକୁ ତେଳ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତୈଳ ଯୋଗାଣର ୯୦ ଦିନ ମଧ୍ୟରେ ଟଙ୍କା ଦେବାର ନିୟମ ରହିଛି। ହେଲେ ଏୟାର ଇଣ୍ଡିଆ ପ୍ରାୟ ୨୦୦ ଦିନ ହେଲା ତୈଳ ବାବଦ ଅର୍ଥ ପୈଠ କରିନାହିଁ।

ଆହୁରି ପଢ଼ନ୍ତୁ

ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର

ମଦ୍ରାସା ଆତଙ୍କବାଦୀଙ୍କ କାରଖାନା କହି ଅଡୁଆରେ ଶିବରାଜ ସିଂହଙ୍କ ମନ୍ତ୍ରୀ

ତେଜସ୍ୱୀ ଯାଦବଙ୍କ ଉପରକୁ କିଏ ଫିଙ୍ଗିଲା ଚପଲ?

‘କଂଗ୍ରେସ କମଲନାଥଙ୍କୁ ବହିଷ୍କାର କରିବା ଦରକାର’

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ