ସବୁ ସ୍ୱପ୍ନରେ ପାଣି ପକାଇ ଦେଲା ଏୟାର ଇଣ୍ଡିଆ, ୧୮୦ ଆଶାୟୀ ହତାଶ

ନୂଆଦିଲ୍ଲୀ: ମହାମାରୀ କରୋନା ଆଳରେ ୧୮୦ ଜଣ ଚାକିରି ଆଶାୟୀଙ୍କ ସବୁ ସ୍ୱପ୍ନରେ ପାଣି ପକାଇ ଦେଇଛି ଏୟାର ଇଣ୍ଡିଆ। ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ୧୮୦ ଜଣଙ୍କୁ ଏୟାର ଇଣ୍ଡିଆ କ୍ରୁ ଭାବେ ତାଲିମ ଦେଇଥିଲା। ହେଲେ ଏବେ କରୋନା ପାଇଁ ଆର୍ଥିକ ସଙ୍କଟ ଚାଲିଥିବାରୁ ଏହି ୧୮୦ ପଦକୁ ଏୟାର ଇଣ୍ଡିଆ ବାତିଲ କରି ଦେଇଛି। ଟ୍ରେନିଂ ବେଳେ କ୍ୟାବିନ କ୍ରୁ  ଭାବେ ଏହି ୧୮୦ ଜଣଙ୍କୁ କମ୍ପାନୀ ପକ୍ଷରୁ ଚାକିରି ଅଫର କରାଯାଇଥିଲା। […]

et

et

Hemant Lenka
  • Published: Monday, 13 July 2020
  • Updated: 13 July 2020, 01:40 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଆଳରେ ୧୮୦ ଜଣ ଚାକିରି ଆଶାୟୀଙ୍କ ସବୁ ସ୍ୱପ୍ନରେ ପାଣି ପକାଇ ଦେଇଛି ଏୟାର ଇଣ୍ଡିଆ। ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ୧୮୦ ଜଣଙ୍କୁ ଏୟାର ଇଣ୍ଡିଆ କ୍ରୁ ଭାବେ ତାଲିମ ଦେଇଥିଲା। ହେଲେ ଏବେ କରୋନା ପାଇଁ ଆର୍ଥିକ ସଙ୍କଟ ଚାଲିଥିବାରୁ ଏହି ୧୮୦ ପଦକୁ ଏୟାର ଇଣ୍ଡିଆ ବାତିଲ କରି ଦେଇଛି।

ଟ୍ରେନିଂ ବେଳେ କ୍ୟାବିନ କ୍ରୁ  ଭାବେ ଏହି ୧୮୦ ଜଣଙ୍କୁ କମ୍ପାନୀ ପକ୍ଷରୁ ଚାକିରି ଅଫର କରାଯାଇଥିଲା। ହେଲେ ଏବେ ଏହାକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି।

ଚାକିରି ଆଶା ରଖି ହତାଶ ହୋଇଥିବା ଟ୍ରେନିଙ୍କ ମଧ୍ୟରୁ ଜଣଙ୍କୁ ଏୟାର ଇଣ୍ଡିଆ ଜୁଲାଇ ୬ ତାରିଖରେ ଚିଠି ଲେଖିଥିଲେ। ଏଥିରେ ଲେଖାଯାଇଛି ଯେ ବର୍ତ୍ତମାନ ପରିସ୍ଥିତିକୁ ଲକ୍ଷ୍ୟକରି ଏୟାର ଇଣ୍ଡିଆ ଆଉ ଆଗକୁ ତାଲିମ ଦେଇପାରିବ ନାହିଁ। ପରିସ୍ଥିତି ସୁଧୁରିଲେ ପୁଣିଥରେ ଅଫର ଲେଟର ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos