ଏକ୍ସପ୍ରେସ ୱେରେ ଜରୁରୀ ଅବତରଣ କଲା ବିମାନ

ଗାଜିଆବାଦ: ଆଜି ଗାଜିଆବାଦର ଇଷ୍ଟର୍ଣ୍ଣ ପେରିଫେରିଆଲ ଏକ୍ସପ୍ରେସ ୱେରେ ଏକ ବିମାନ ଜରୁରୀ ଅବତରଣ କରିଛି। ଜରୁରୀ ଅବତରଣ କରିବା ବେଳେ ବିମାନରେ ୨ ଜଣ ପାଇଲଟ ଥିଲେ। ସେମାନେ ସୁରକ୍ଷିତ ରହିଥିଲେ ହେଁ ବିମାନଟିର ବାମ ପଟ ଡେଣାଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିମାନଟି ସାଦରପୁର ଗାଁ ନିକଟର ଏକ୍ସପ୍ରେସ ୱେରେ ଅବତରଣ କରିବା ବେଳେ ଏଭଳି ଘଟଣା ଘଟିଛି। ମଧ୍ୟାହ୍ଣ ପ୍ରାୟ ୧୧.୪୫ରେ ଏହି ଘଟଣା ଘଟିଥିଲା। ବିମାନଟି ଏଭଳି ଜରୁରୀ ଅବତରଣ […]

en

en

Hemant Lenka
  • Published: Thursday, 23 January 2020
  • Updated: 23 January 2020, 05:36 PM IST

Sports

Latest News

ଗାଜିଆବାଦ: ଆଜି ଗାଜିଆବାଦର ଇଷ୍ଟର୍ଣ୍ଣ ପେରିଫେରିଆଲ ଏକ୍ସପ୍ରେସ ୱେରେ ଏକ ବିମାନ ଜରୁରୀ ଅବତରଣ କରିଛି। ଜରୁରୀ ଅବତରଣ କରିବା ବେଳେ ବିମାନରେ ୨ ଜଣ ପାଇଲଟ ଥିଲେ। ସେମାନେ ସୁରକ୍ଷିତ ରହିଥିଲେ ହେଁ ବିମାନଟିର ବାମ ପଟ ଡେଣାଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ବିମାନଟି ସାଦରପୁର ଗାଁ ନିକଟର ଏକ୍ସପ୍ରେସ ୱେରେ ଅବତରଣ କରିବା ବେଳେ ଏଭଳି ଘଟଣା ଘଟିଛି। ମଧ୍ୟାହ୍ଣ ପ୍ରାୟ ୧୧.୪୫ରେ ଏହି ଘଟଣା ଘଟିଥିଲା। ବିମାନଟି ଏଭଳି ଜରୁରୀ ଅବତରଣ କରିବାର କାରଣ ଜଣାପଡ଼ି ନଥିଲେ ହେଁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏବେ ଘଟଣାର ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos