ଅଜୟ କୁମାର ଭଲ୍ଲା ହେଲେ ନୂଆ ସ୍ୱରାଷ୍ଟ୍ର ସଚିବ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନୂଆ ସଚିବ ଭାବେ ଅଜୟ କୁମାର ଭଲ୍ଲାଙ୍କୁ ନିଯୁକ୍ତି ମିଳିଛି। ବର୍ତ୍ତମାନ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ବା ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ ଶ୍ରୀ ଭଲ୍ଲାଙ୍କୁ ନୂଆ ସ୍ୱରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ଦେଇଛି। ଏହାପୂର୍ବରୁ ସ୍ୱରାଷ୍ଟ୍ର ସଚିବ ଭାବେ ରାଜୀବ ଗୌବା କାର୍ଯ୍ୟ କରୁଥିଲେ। ହେଲେ ଗତକାଲି ତାଙ୍କୁ ୨ ବର୍ଷ ପାଇଁ କ୍ୟାବିନେଟ୍‌ […]

es

es

Hemant Lenka
  • Published: Thursday, 22 August 2019
  • Updated: 22 August 2019, 04:58 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନୂଆ ସଚିବ ଭାବେ ଅଜୟ କୁମାର ଭଲ୍ଲାଙ୍କୁ ନିଯୁକ୍ତି ମିଳିଛି। ବର୍ତ୍ତମାନ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ବା ଓଏସ୍‌ଡି ଭାବେ କାର୍ଯ୍ୟ କରୁଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ ଶ୍ରୀ ଭଲ୍ଲାଙ୍କୁ ନୂଆ ସ୍ୱରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ଦେଇଛି। ଏହାପୂର୍ବରୁ ସ୍ୱରାଷ୍ଟ୍ର ସଚିବ ଭାବେ ରାଜୀବ ଗୌବା କାର୍ଯ୍ୟ କରୁଥିଲେ। ହେଲେ ଗତକାଲି ତାଙ୍କୁ ୨ ବର୍ଷ ପାଇଁ କ୍ୟାବିନେଟ୍‌ ସଚିବ ଭାବେ ନିଯୁକ୍ତି ମିଳିଥିଲା।

ଶ୍ରୀ ଭଲ୍ଲା ହେଉଛନ୍ତି ୧୯୮୪ ବ୍ୟାଚ୍ ଆସାମ-ମେଘାଲୟ ଆଇଏଏସ ଅଫିସର। ଚଳିତ ବର୍ଷ ଜୁଲାଇ ୨୪ରେ ତାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଓଏସ୍‌ଡି ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ଏହା ପୂର୍ବରୁ ସେ ଶକ୍ତି ସଚିବ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଭଲ୍ଲାଙ୍କ କାର୍ଯ୍ୟକାଳ ୨୦୨୧ ଅଗଷ୍ଟରେ ସରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos