ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ତାଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଛି। ରିପୋର୍ଟ ପଜିଟିଭ ଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର କରୋନା ଚିକିତ୍ସା କରାଯିବ।

ଅଜିତ ପାୱାର ସମସ୍ତଙ୍କୁ ସୂଚନା ଦେଇ କହିଛନ୍ତି ଯେ “ମୁଁ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି। ତଥାପି ମୁଁ ସଂପୂର୍ଣ୍ଣ ସୁସ୍ଥ ରହିଛି। ସତର୍କତା ଦୃଷ୍ଟିରୁ ମୁଁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଆଡମିଟ ହୋଇଛି। ମୋ ସ୍ୱାସ୍ଥ୍ୟ ଖବର ଶୁଣି ଦଳୀୟ କର୍ମୀ କିମ୍ବା ଲୋକମାନେ ଆଦୌ ନିରାଶ ହୁଅନ୍ତୁ ନାହିଁ। ମୁଁ କିଛି ସମୟ ବିଶ୍ରାମ ପରେ ପୁଣି ଆପଣମାନଙ୍କ ପାଖକୁ ଫେରିବି।”

ଏହାପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।