ଅଫଜଲ, ୟାକୁବ ଓ କସାବର ମୃତ୍ୟୁ ଉପରେ ପ୍ରଣବ ମୁଖାର୍ଜୀ ଲଗାଇଥିଲେ ମୋହର

ନୂଆଦିଲ୍ଲୀ: ଦେଶର ୧୩ତମ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଆଜି ଦେହାନ୍ତ ହୋଇଛି। ରାଷ୍ଟ୍ରପତି ଥିବା ବେଳେ ପ୍ରଣବ ଦା’ ୯୭% ଦୟା ଆବେଦନ ଖାରଜ କରିଥିଲେ। ପ୍ରଣବ ମୁଖାର୍ଜୀଙ୍କ ବ୍ୟତୀତ କେବଳ ପୂର୍ବତନ ରାଷ୍ଟ୍ରପତି ଭେଙ୍କଟରମଣ ହିଁ ଅଧିକ କ୍ଷମା ଆବେଦନ ଖାରଜ କରିଥିଲେ।

ଆର ଭେଙ୍କଟରମଣ ୧୯୮୭ରୁ ୧୯୯୨ ଯାଏ ଦେଶର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ୪୪ଟି କ୍ଷମା ଆବେଦନ ଖାରଜ କରିଥିଲେ। ପ୍ରଣବ ମୁଖାର୍ଜୀ ୨୮ଟି କ୍ଷମା ଆବେଦନ ଖାରଜ କରିଥିଲେ। ପ୍ରଣଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ପ୍ରତିଭା ପାଟିଲ ସର୍ବାଧିକ ୩୦ ଜଣଙ୍କୁ ଫାଶୀରୁ ରକ୍ଷା କରିଥିଲେ। ପ୍ରଣବ ଦା’ ୭ ଜଣଙ୍କୁ ରକ୍ଷା କରିଛନ୍ତି।

ପ୍ରଣବ ମୁଖାର୍ଜୀ ୩ କୁଖ୍ୟାତ ଆତଙ୍କୀଙ୍କ ଫାଶୀ ଉପରେ ମୋହର ଲଗାଇଥିଲେ। ଏହି ଆତଙ୍କୀଙ୍କ ମଧ୍ୟରେ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁ, ମୁମ୍ବାଇ ଆକ୍ରମଣର ଅଜମଲ କସାବ ଓ ୧୯୯୧ ମୁମ୍ବାଇ ବିସ୍ଫୋରଣର ୟାକୁବ ମେମନ ରହିଛନ୍ତି।

ଅଜମଲ କସାବ: ମୁମ୍ବାଇ ଆକ୍ରମଣ ବେଳେ ଅଜମଲ କସାବ ଏକମାତ୍ର ଆତଙ୍କବାଦୀ ଯାହାକୁ ଜୀବନ୍ତ ଧରା ଯାଇଥିଲା। ମୁମ୍ବାଇ କୋର୍ଟ ଅଜମଲକୁ ୨୦୧୦ ମେ’ ୬ରେ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। କସାବ କିନ୍ତୁ ବମ୍ବେ ହାଇକୋର୍ଟରେ ରାୟକୁ ଚ୍ୟାଲେଞ୍ଜ କରିଥିଲା। ୨୦୧୧ ଫେବୃଆରୀରେ ଏହା ଖାରଜ ହୋଇଥିଲା। ୨୦୧୧ ଜୁଲାଇ ୩୦ରେ ସୁପ୍ରିମକୋର୍ଟରେ କସାବ ପୁଣି ଏହାକୁ ଚ୍ୟାଲେଞ୍ଜ କରିଥିଲା। ୨୦୧୨ ଅଗଷ୍ଟ ୨୯ରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟରେ ନିରାଶ ହେବା ପରେ କସାବ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ଦା’ଙ୍କ ପାଖରେ କ୍ଷମା ଆବେଦନ ଦାଖଲ କରିଥିଲା। ୨୦୧୨ ନଭେମ୍ବର ୫ରେ ପ୍ରଣବ ଦା’ ଏହାକୁ ଖାରଜ କରିଥିଲେ। ଶେଷରେ ୨୦୧୨ ନଭେମ୍ବର ୨୧ରେ ଅଜମଲକୁ ଫାଶୀ ଖୁଣ୍ଟରେ ଝୁଲା ଯାଇଥିଲା।

ଅଫଜଲ ଗୁରୁ: ସଂସଦ ଉପରେ ଆକ୍ରମଣରେ କଶ୍ମୀର ଆତଙ୍କବାଦୀ ଅଫଜଲ ଗୁରୁ ଦୋଷୀ ସାବ୍ୟସ୍ତ ହୋଇଥିଲା। ୨୦୦୨ ଡିସେମ୍ବର ୧୮ରେ ଦିଲ୍ଲୀର ଏକ କୋର୍ଟ ଅଫଜଲ ଗୁରୁକୁ ମୃତ୍ୟୁଦଣ୍ଡ ଦେଇଥିଲେ। ୨୦୦୫ ଅଗଷ୍ଟ ୪ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ୨୦୦୬ ଅକ୍ଟୋବରରେ ଅଫଜଲର ପତ୍ନୀ ତବସମ୍ ଗୁରୁ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନିକଟରେ ଦୟା ଆବେଦନ କରିଥିଲେ। ଏପିଜେ ଅବଦୁଲ କଲାମ ୨୦୦୨ରୁ ୨୦୦୭ ଯାଏ ଭାରତର ରାଷ୍ଟ୍ରପତି ଥିଲେ। କିନ୍ତୁ ଏହା ଉପରେ ସେ କୌଣସି ନିଷ୍ପତ୍ତି ନେଇ ନଥିଲେ। ୨୦୧୨ରୁ ୨୦୧୭ ଯାଏ ଦେଶର ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀ ୨୦୧୩ ଫେବୃଆରୀ ୩ରେ ଅଫଜଲର ଆବେଦନକୁ ଖାରଜ କରିଥିଲେ। ୨୦୧୩ ଫେବୃଆରି ୯ରେ ଗୁରୁକୁ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଯାଇଥିଲା।

ୟାକୁବ ମେମନ୍: ୧୯୯୩ ମୁମ୍ବାଇ ବିସ୍ଫୋରଣରେ ୟାକୁବ ମେମନ ସାମିଲ ଥିଲା। ୧୨ ମାର୍ଚ୍ଚ ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାରେ ୟାକୁବକୁ ୧୯୯୪ ଅଗଷ୍ଟରେ ଗିରଫ କରାଯାଇଥିଲା। ୨୦୦୭ରେ TADA କୋର୍ଟ ୟାକୁବକୁ ଦୋଷୀ ସାବ୍ୟସ୍ତ କରିଥିଲେ। ମାର୍ଚ୍ଚ ୨୦୧୩ରେ ସୁପ୍ରିମକୋର୍ଟ ୟାକୁବର ମୃତ୍ୟୁ ଦଣ୍ଡ ରାୟକୁ ସଂରକ୍ଷିତ ରଖିଥିଲେ। ୨୯ ଜୁଲାଇ ୨୦୧୫ରେ ୟାକୁବ ମେମନ୍ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୧୪ ପୃଷ୍ଠାର ଦୟା ଆବେଦନ ପଠାଇଥିଲା। ସେହି ଦିନ ପ୍ରବଣ ମୁଖାର୍ଜୀ ୟାକୁବର ଦୟା ଆବେଦନକୁ ଖାରଜ କରିଦେଇଥିଲେ। ୩୦ ଜୁଲାଇ ୨୦୧୫ ସକାଳ ୬.୩୫ରେ ମହାରାଷ୍ଟ୍ରର ନାଗପୁର ସେଣ୍ଟ୍ରାଲ ଜେଲରେ ୟାକୁବ ମେମନକୁ ଫାଶୀ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ଭାରତରେ କାମ ବନ୍ଦ କଲା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ

ମେହବୁବା ମୁଫତିଙ୍କ ହେପାଜତ ପ୍ରସଙ୍ଗରେ ପ୍ରଶାସନକୁ ରିପୋର୍ଟ ମାଗିଲେ କୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ଭାଇ ଶହବାଜ ଗିରଫ୍

ନିରବି ଗଲେ ହାଥରସ ଜିଲ୍ଲାର ପୀଡ଼ିତା

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ଧାରା ୨୫୪ (୨)କୁୁ ପ୍ରଣୟନ କରି ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନକୁ ରୋକି ପାରିବେ କି?

କୋଲୋନ୍ କ୍ୟାନସରର ଉପଚାର କଫିରେ !

ଏଣିକି ଘରେ ବସି ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ

ଆସାମରେ ତୃତୀୟ ଥର ପାଇଁ ବନ୍ୟା, ୧୩ ଜିଲ୍ଲାର ୩.୧୮ ଲକ୍ଷ ପ୍ରଭାବିତ

ଜାଭେଦ ଅଖତରଙ୍କୁ ଜବାବ ଦେଲେ କଙ୍ଗନା