ପୁଣି ଦେଶବାସୀ ଦେଖିବେ ଆଉ ଏକ ରାଜକୀୟ ବାହାଘର

ମୁମ୍ବାଇ: ଦେଶର ଦୁଇ କୋଟିପତିଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ସୃଷ୍ଟି ହେବାକୁ ଯାଉଛି। କାରଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଏବଂ ହୀରା ବ୍ୟବସାୟୀ ରସେଲ ମେହଟାଙ୍କ ଝିଅ ଶ୍ଲୋକା। ମାର୍ଚ୍ଚ ୯ତାରିଖରେ ଏମାନଙ୍କ ବିବାହ ସମ୍ପନ୍ନ ହେବ। ତେବେ ୨୦୧୮ରେ ଅମ୍ବାନୀ ପରିବାରର ଲଳନା ଈଶା ଅମ୍ବାନୀଙ୍କ ବିରାଟ ବାହାଘର ଉତ୍ସବକୁ ସାରା ଦେଶ ଦେଖିଥିଲା। ଏହାର ବର୍ଷକ ପରେ ୨୦୧୯ରେ ପୁଣିଥରେ […]

isha

isha

Hemant Lenka
  • Published: Wednesday, 06 February 2019
  • Updated: 06 February 2019, 10:28 PM IST

Sports

Latest News

ମୁମ୍ବାଇ: ଦେଶର ଦୁଇ କୋଟିପତିଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ସୃଷ୍ଟି ହେବାକୁ ଯାଉଛି। କାରଣ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଏବଂ ହୀରା ବ୍ୟବସାୟୀ ରସେଲ ମେହଟାଙ୍କ ଝିଅ ଶ୍ଲୋକା। ମାର୍ଚ୍ଚ ୯ତାରିଖରେ ଏମାନଙ୍କ ବିବାହ ସମ୍ପନ୍ନ ହେବ।

ତେବେ ୨୦୧୮ରେ ଅମ୍ବାନୀ ପରିବାରର ଲଳନା ଈଶା ଅମ୍ବାନୀଙ୍କ ବିରାଟ ବାହାଘର ଉତ୍ସବକୁ ସାରା ଦେଶ ଦେଖିଥିଲା। ଏହାର ବର୍ଷକ ପରେ ୨୦୧୯ରେ ପୁଣିଥରେ ଦେଶ ଅମ୍ବାନୀ ପରିବାରର ବାହାଘର ଦେଖିବ। ଏହା ପୂର୍ବରୁ ୨୦୧୮ରେ ଆକାଶ ଓ ଶ୍ଲୋକାଙ୍କ ନିର୍ବନ୍ଧ ସରିଥିଲା। ନିର୍ବନ୍ଧ ଉତ୍ସବକୁ ମେହଟା ଓ ଅମ୍ବାନୀ ପରିବାର ରାଜକୀୟ ଢଙ୍ଗରେ ପାଳନ କରିଥିଲେ।

ମାର୍ଚ୍ଚ ୯ ତାରିଖ ପୂର୍ବରୁ ଆକାଶ ନିଜର ବ୍ୟାଚଲର୍‌ ପାର୍ଟି ଫେବୃଆରୀ ୨୩,୨୪ ଓ ୨୫ରେ ସ୍ୱିଜରଲ୍ୟାଣ୍ଡର ସେଣ୍ଟ ମୋରିଜ୍‌ରେ କରିବେ। ଏହି ବ୍ୟାଚଲର୍‌ ପାର୍ଟିରେ ୫୦୦ ଜଣ ଅତିଥୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଯେଉଁଥିରେ ଆକାଶଙ୍କ ବଲିଉଡ୍‌ ବନ୍ଧୁମାନେ ବି ରହିଛନ୍ତି। ଏଥିପାଇଁ ୨ଟି ବିମାନ ମଧ୍ୟ ବୁକ୍‌ କରାଯାଇଛି।

ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସସ୍ଥିତ ଜିଓ ୱାର୍ଲଡ ସେଣ୍ଟରରେ ଉଭୟଙ୍କ ବାହାଘର ଅନୁଷ୍ଠିତ ହେବ। ଶନିବାର ୩.୩୦ରେ ମଙ୍ଗଳ ବରାତ ଟ୍ରାଇଡେଣ୍ଟରେ କରାଯିବ। ଟ୍ରାଇଡେଣ୍ଟରୁ ବରଯାତ୍ରୀ ବାହାରି ଜିଓ ୱାର୍ଲଡ ସେଣ୍ଟର୍ ପର୍ଯ୍ୟନ୍ତ ଯିବେ। ଜିଓ ୱାଲର୍ଡ ସେଣ୍ଟରରେ ସମସ୍ତ ଅତିଥୀଙ୍କ ପାଇଁ ବିରାଟ ଚା’ ପାର୍ଟିର ଅୟୋଜନ କରାଯାଇଛି। ବିବାହ ଉତ୍ସବ ସନ୍ଧ୍ୟା ୭.୩୦ରେ ହେବ ବୋଲି ସୂଚନା ମିଳିଛି।

ସେହିପରି ୧୦ ତାରିଖରେ ବାହାଘର ପାର୍ଟି ଜିଓ ୱାର୍ଲଡ ସେଣ୍ଟରରେ ଉଭୟ ଅମ୍ବାନୀ ଓ ମେହଟା ପାର୍ଟି ଦେବେ। ୧୧ ତାରିଖରେ ଜିଓ ୱାର୍ଲଡ ସେଣ୍ଟରରେ ରିସେପ୍‌ସନ୍‌ ପାର୍ଟି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos