ଚାଷୀ ଆନ୍ଦୋଳନକୁ ଯାଉଥିବା ଅଖିଲେଶ ଯାଦବଙ୍କୁ ଅଟକ ରଖିଲା ପୁଲିସ୍‌

ଲକ୍ଷ୍ନୌ: ଚାଷୀ ଆନ୍ଦୋଳନର ତାତି ଏବେ ଦିଲ୍ଲୀରୁ ଯାଇ ଉତ୍ତର ପ୍ରଦେଶରେ ପହଞ୍ଚିଛି। ଉତ୍ତର ପ୍ରଦେଶ କନ୍ନୁଜରେ ଆୟୋଜିତ ହେବାକୁ ଥିବା କିଷାନ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ପୁଲିସ ଅଟକ ରଖିଛି। ଆଜି ସେ ଦଳୀୟ କର୍ମୀଙ୍କ ସହ କନ୍ନୁଜ ଯାଇ ସେଠାରେ କେନ୍ଦ୍ରର କୃଷି ଆଇନ ବିରୋଧରେ ବିକ୍ଷୋଭ କରିଥାଆନ୍ତେ। ହେଲେ ପୁଲିସ୍‌ ଅଖିଲେଶଙ୍କୁ ଶୋଭାଯାତ୍ରା କରିବାକୁ ଅନୁମତି ଦେଇ ନଥିଲା। ଏହାକୁ ବିରୋଧ କରି ସେ […]

de

de

Hemant Lenka
  • Published: Monday, 07 December 2020
  • Updated: 07 December 2020, 01:55 PM IST

Sports

Latest News

ଲକ୍ଷ୍ନୌ: ଚାଷୀ ଆନ୍ଦୋଳନର ତାତି ଏବେ ଦିଲ୍ଲୀରୁ ଯାଇ ଉତ୍ତର ପ୍ରଦେଶରେ ପହଞ୍ଚିଛି। ଉତ୍ତର ପ୍ରଦେଶ କନ୍ନୁଜରେ ଆୟୋଜିତ ହେବାକୁ ଥିବା କିଷାନ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ପୁଲିସ ଅଟକ ରଖିଛି। ଆଜି ସେ ଦଳୀୟ କର୍ମୀଙ୍କ ସହ କନ୍ନୁଜ ଯାଇ ସେଠାରେ କେନ୍ଦ୍ରର କୃଷି ଆଇନ ବିରୋଧରେ ବିକ୍ଷୋଭ କରିଥାଆନ୍ତେ। ହେଲେ ପୁଲିସ୍‌ ଅଖିଲେଶଙ୍କୁ ଶୋଭାଯାତ୍ରା କରିବାକୁ ଅନୁମତି ଦେଇ ନଥିଲା।

ଏହାକୁ ବିରୋଧ କରି ସେ ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ। ଏଠାରେ ଭିଡ଼ ଜମିବାରୁ ପୁଲିସ୍‌ ଅଖିଲେଶ ଯାଦବ ଓ ତାଙ୍କ ସହ ବସିଥିବା ଲୋକଙ୍କୁ ଉଠାଇ ନେଇଛି। ସମସ୍ତଙ୍କୁ ଇକୋ ଗାର୍ଡେନ ନିଆଯାଇ ସେଠାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଅଖିଲେଶ କହିଛନ୍ତି, ପୁଲିସ୍‌ ଆମ ସମସ୍ତଙ୍କୁ ଜେଲ୍‌ରେ ଭର୍ତ୍ତି କଲେ ବି କିଛି ଫରକ ପଡ଼ିବନି। ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଚାଷୀଙ୍କ ପାଇଁ ଆନ୍ଦୋଳନ କରିବେ। ଆମ କର୍ମୀମାନେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି। ଯଦି ପୁଲିସ୍‌ ଚାହୁଁଛି, ଆମକୁ ଜେଲ୍‌ରେ ଭର୍ତ୍ତି କରୁ। ତଥାପି ଆମେ ପଛକୁ ଘୁଞ୍ଚିବୁ ନାହିଁ। ସେମାନେ ଶୋଭାଯାତ୍ରା ବେଳେ ଆମକ ଗାଡ଼ିକୁ ଅଟକାଇଛନ୍ତି। ଆମେ ଚାଲିଚାଲି ବିକ୍ଷୋଭ କରିବୁ ବୋଲି ସେ କହିଛନ୍ତି।


କିଷାନ ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ସକାଳୁ ପୁଲିସ୍‌ ଲକ୍ଷ୍ନୌରେ ଥିବା ସମାଜବାଦୀ ପାର୍ଟିର ଅଫିସକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରିବା ସହ ବ୍ୟାରିକେଡ୍‌ର ବ୍ୟବସ୍ଥା କରିଥିଲା। ପୁଲିସ କୌଣସି ଶୋଭାଯାତ୍ରାକୁ ଅନୁମତି ନ ଦେବାରୁ ଏହାକୁ ଦଳ ପକ୍ଷରୁ ଅଗଣତାନ୍ତ୍ରିକ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos