କଂଗ୍ରେସ-ଜେଡିଏସ୍‌କୁ ଘାରିଛି ଗୋଠ ଖଣ୍ଡିଆ ହେବାର ଭୟ: ବିଜେପି କହୁଛୁ, ରାଡାରରେ ଅନେକ ବିଧାୟକ

କର୍ଣ୍ଣାଟକରେ ଟଣାଓଟରା ରାଜନୀତି। ବହୁମତ ପ୍ରମାଣ ଲାଗି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ଦରକାର ୮ ବିଧାୟକ। ତେଣୁ କଂଗ୍ରେସ ଓ ଜେଡିଏସକୁ ଘାରିଛି ଗୋଠ ଏକାଠି ରଖିବା ଚିନ୍ତା। ତେଣୁ କାଲିଠୁ ଚାଲିଛି ହାଇଡିଂ ପଲିଟିକ୍ସ। କେତେବେଳେ ରିସର୍ଟ ତ କେତେବେଳେ ହୋଟେଲ, ଗୋଠଧରି ଏଯାଗାରୁ ସେ ଯାଗା ବୁଲୁଛନ୍ତି କଂଗ୍ରେସ-ଜେଡିଏସ ନେତା। ଗୋଠ ଏକାଠି ରଖିବାର ପ୍ରୟାସ। ଗୋଟିଏ ପଟେ କଂଗ୍ରେସ-ଜେଡିଏସ୍, ଆରପଟେ ବିଜେପି। ସଂଖ୍ୟା ନଥାଇବି କର୍ଣ୍ଣାଟକରେ ସରକାର ଗଢ଼ିଥିବା ବିଜେପିକୁ ଫ୍ଲୋର ଟେଷ୍ଟ ପୂର୍ବରୁ […]

karnataka51

karnataka51

Rakesh Mallick
  • Published: Friday, 18 May 2018
  • Updated: 18 May 2018, 06:26 PM IST

Sports

Latest News

କର୍ଣ୍ଣାଟକରେ ଟଣାଓଟରା ରାଜନୀତି। ବହୁମତ ପ୍ରମାଣ ଲାଗି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ଦରକାର ୮ ବିଧାୟକ। ତେଣୁ କଂଗ୍ରେସ ଓ ଜେଡିଏସକୁ ଘାରିଛି ଗୋଠ ଏକାଠି ରଖିବା ଚିନ୍ତା। ତେଣୁ କାଲିଠୁ ଚାଲିଛି ହାଇଡିଂ ପଲିଟିକ୍ସ। କେତେବେଳେ ରିସର୍ଟ ତ କେତେବେଳେ ହୋଟେଲ, ଗୋଠଧରି ଏଯାଗାରୁ ସେ ଯାଗା ବୁଲୁଛନ୍ତି କଂଗ୍ରେସ-ଜେଡିଏସ ନେତା।

ଗୋଠ ଏକାଠି ରଖିବାର ପ୍ରୟାସ। ଗୋଟିଏ ପଟେ କଂଗ୍ରେସ-ଜେଡିଏସ୍, ଆରପଟେ ବିଜେପି। ସଂଖ୍ୟା ନଥାଇବି କର୍ଣ୍ଣାଟକରେ ସରକାର ଗଢ଼ିଥିବା ବିଜେପିକୁ ଫ୍ଲୋର ଟେଷ୍ଟ ପୂର୍ବରୁ ଯେମିତି ହେଲେ ଦରକାର ସଂଖ୍ୟା। କର ଅବା ମର ସ୍ଥିତି। ଏପଟେ କଂଗ୍ରେସ-ଜେଡିଏସକୁ ଘାରିଛି ଗୋଠ ଖଣ୍ଡିଆ ହୋଇଯିବାର ଭୟ। ଶାସକ ଦଳ ହାତକୁ ସେମାନଙ୍କ ଗୋଠରୁ ସଂଖ୍ୟା ଖସିଯିବାର ଡର। ସେଇଥିପାଇଁ ଭୂଆ ଡରରେ ବିଲେଇ ଛୁଆକୁ ଲୁଚାଇବା ଭଳି କଂଗ୍ରେସ-ଜେଡିଏସର ଏଭଳି କସରତ୍। ବିଜେପି ରାଡାରରୁ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବାକୁ ବେଙ୍ଗାଳୁରୁର ହାଇପ୍ରୋଫାଇଲ୍ ଇଗଲଟୋନ୍ ରିସୋର୍ଟରୁ କଂଗ୍ରେସ ବିଧାୟକଙ୍କୁ ରାତାରାତି ହାଇଦ୍ରାବାଦ୍ ନିଆଯାଇଥିଲା ହାଇଦ୍ରାବାଦର ପାର୍କ ହାୟାତ୍ ହୋଟେଲ୍। ବସରୁ ଓହ୍ଲାଇ କାର୍‌ରେ ବୁଲି କିଛି ବିଧାୟକ ଖୋଜିଲେ ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ତା ପରେ ପୁଣି ବଦଳିଗଲା ଠିକଣା। ଦଳ ବଳ ସହ ବିଧାୟକଙ୍କୁ ଧରି ସହରର ସବୁଠୁ ବଡ଼ ଓ ମହଙ୍ଗା ହୋଟେଲ୍ ତାଜ୍ କ୍ରିଷ୍ଣାରେ ପହଞ୍ଚିଗଲେ କଂଗ୍ରେସ ଓ ଜେଡିଏସ୍ ନେତା। ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ସିଧା ଚାଲିଲେ ସେମାନଙ୍କ ପାଇଁ ବୁକ୍ ହୋଇଥିବା ସ୍ୱତନ୍ତ୍ର ସୁଟ୍‌କୁ।

ଏବଳି ପରିସ୍ଥିତିରେ କାଲି ଫ୍ଲୋର୍ ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଗୋଠ ସହ ବେଙ୍ଗାଳୁରୁ ଫେରୁଛନ୍ତି ମେଣ୍ଟ ବିଧାୟକ। କିନ୍ତୁ ରାତିକ ଭିତରେ ଯେ କିଛି ବି ଘଟିପାରେ ସେ ଭୟ ବି ଘାରୁଛି।ନିଜ ଗୋଠ ଉପରେ ନଜର ରଖିବାକୁ କଂଗ୍ରେସ ଏକ ଫୋନ୍ ଟ୍ରାକିଂ ଆପ୍‌କୁ ନିଜ ମୋବାଇଲରେ ଲୋଡ୍ କରିବାକୁ ସବୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛି। ତେବେ କଂଗ୍ରେସ ଓ ଜେଡିଏସର ଏ କସରତ୍ ସଫଳ ହେଉଛି ନା ସବୁ ସତର୍କତା ସତ୍ୱେ ୟେଦି ବାଜି ମାରୁଛନ୍ତି ତା ଉପରେ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos