ବିଜେପିରେ ଯୋଗଦେବେ ଅଳ୍ପେଶ ଠାକୁର

ଗାନ୍ଧିନଗର: କଂଗ୍ରେସ ଛାଡ଼ିଥିବା ବିଧାୟକ ଅଳ୍ପେଶ ଠାକୁର ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବେ। ଏନେଇ ଆଜି ଅଳ୍ପେଶ ଗୁଜରାଟ୍‌ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ନୀତୀନ ଭାଇ ପଟେଲଙ୍କ ସହ ଆଲୋଚନା କରିଛନ୍ତି। ଅଳ୍ପେଶ ଓ ତାଙ୍କର ୪ ଜଣ ସହଯୋଗୀ ନୀତୀନ ପଟେଲଙ୍କ ସହ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଜଣାପଡ଼ିଛି। ରାଧନପୁରରୁ ବିଧାୟକ ହୋଇଥିବା ଅଳ୍ପେଶ ଓ ତାଙ୍କର ଦୁଇ ଜଣ ସହଯୋଗୀ ଗତ ଏପ୍ରିଲ […]

alpesh

alpesh

Hemant Lenka
  • Published: Monday, 27 May 2019
  • Updated: 27 May 2019, 05:42 PM IST

ଗାନ୍ଧିନଗର: କଂଗ୍ରେସ ଛାଡ଼ିଥିବା ବିଧାୟକ ଅଳ୍ପେଶ ଠାକୁର ଖୁବ୍‌ଶୀଘ୍ର ବିଜେପିରେ ଯୋଗଦେବେ। ଏନେଇ ଆଜି ଅଳ୍ପେଶ ଗୁଜରାଟ୍‌ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ନୀତୀନ ଭାଇ ପଟେଲଙ୍କ ସହ ଆଲୋଚନା କରିଛନ୍ତି। ଅଳ୍ପେଶ ଓ ତାଙ୍କର ୪ ଜଣ ସହଯୋଗୀ ନୀତୀନ ପଟେଲଙ୍କ ସହ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଜଣାପଡ଼ିଛି।

ରାଧନପୁରରୁ ବିଧାୟକ ହୋଇଥିବା ଅଳ୍ପେଶ ଓ ତାଙ୍କର ଦୁଇ ଜଣ ସହଯୋଗୀ ଗତ ଏପ୍ରିଲ ମାସରେ କଂଗ୍ରେସ ଛାଡ଼ିଥିଲେ। ସେବେଠାରୁ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜାରି ରହିଥିଲା। କିନ୍ତୁ ନିଜେ ଅଳ୍ପେଶ ଏହାକୁ ଅସ୍ୱୀକାର କରିଥିଲେ। କିନ୍ତୁ ସମୟ ବଦଳିବା ସହ ଅଳ୍ପେଶଙ୍କ ନିଷ୍ପତ୍ତି ମଧ୍ୟ ବଦଳିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos