ଦେଶରେ ପ୍ରଥମ: ଇସଲାମିକ ଷ୍ଟଡିଜ୍‌ର ପ୍ରବେଶିକା ପରୀକ୍ଷାରେ ଟପ୍‌ କଲେ ହିନ୍ଦୁ ଛାତ୍ର

ଜୟପୁର: ନୂଆ ଇତିହାସ ସୃଷ୍ଟି କରିଛନ୍ତି ୨୧ ବର୍ଷୀୟ ଶୁଭମ ଯାଦବ। ଅଲୱରର ଏହି ହିନ୍ଦୁ ଛାତ୍ର ଜଣଙ୍କ ଇସଲାମିକ ଷ୍ଟିଜ୍‌ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଟପ୍‌ କରିଛନ୍ତି। ଇସଲାମିକ ଷ୍ଟଡିଜ୍‌ରେ ଜଣେ ଅଣମୁସଲିମ ଛାତ୍ର ଟପ୍‌ କରିବା ଦେଶରେ ପ୍ରଥମ ଘଟଣା। ଇସଲାମ ଧର୍ମ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ସର୍ବଦା ଇଚ୍ଛା ରଖୁଥିବା ଶୁଭମ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଫିଲୋସଫିରେ ଗ୍ରାଜୁଏଟ ହୋଇଥିଲେ। ଏହି ଐତିହାସିକ ସଫଳତା ପରେ ଶୁଭମ କହିଛନ୍ତି, ଇସଲାମ […]

ds

ds

Hemant Lenka
  • Published: Tuesday, 17 November 2020
  • Updated: 17 November 2020, 05:41 PM IST

ଜୟପୁର: ନୂଆ ଇତିହାସ ସୃଷ୍ଟି କରିଛନ୍ତି ୨୧ ବର୍ଷୀୟ ଶୁଭମ ଯାଦବ। ଅଲୱରର ଏହି ହିନ୍ଦୁ ଛାତ୍ର ଜଣଙ୍କ ଇସଲାମିକ ଷ୍ଟିଜ୍‌ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଟପ୍‌ କରିଛନ୍ତି। ଇସଲାମିକ ଷ୍ଟଡିଜ୍‌ରେ ଜଣେ ଅଣମୁସଲିମ ଛାତ୍ର ଟପ୍‌ କରିବା ଦେଶରେ ପ୍ରଥମ ଘଟଣା।

ଇସଲାମ ଧର୍ମ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ସର୍ବଦା ଇଚ୍ଛା ରଖୁଥିବା ଶୁଭମ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଫିଲୋସଫିରେ ଗ୍ରାଜୁଏଟ ହୋଇଥିଲେ। ଏହି ଐତିହାସିକ ସଫଳତା ପରେ ଶୁଭମ କହିଛନ୍ତି, ଇସଲାମ ବିଷୟରେ ଏକାଧିକ ଭ୍ରାନ୍ତ ଚିନ୍ତାଧାରା ଲୋକଙ୍କ ମନରେ ରହିଛି।

ମୋ ମତରେ ସବୁଠାରୁ ଅବୁଝା ରହୁଥିବା ଧର୍ମ ହେଉଛି ଇସଲାମ। ଇସଲାମ ବିଷୟରେ ଆମେ ଅନେକ ବିଶ୍ୱସ୍ତରୀୟ ନେତା ମତ ଦେଉଥିବା ଦେଖିବାକୁ ପାଇଛୁ ଓ ଏହାକୁ ମଧ୍ୟ ପଢ଼ିଛୁ। ଏହା ବିଷୟରେ ଅଧିକ ଜାଣିବା ପାଇଁ ମୁଁ ଇସଲାମିକ ଷ୍ଟଡିଜ୍‌ରେ ପୋଷ୍ଟ ଗ୍ରାଜୁଏସନ କରିବାକୁ ଲକ୍ଷ୍ୟ ରଖିଥିଲି। ଆଜିକା ସମୟରେ ଦୁଇ ଧର୍ମ ମଧ୍ୟରେ ବ୍ରିଜ୍‌ ସ୍ଥାପନ କରିବା ପାଇଁ ମୁଁ ଏହି ବିଷୟ ପଢ଼ିବାକୁ ଆଗ୍ରହ ଦେଖାଇଛି ବୋଲି ସେ କହିଛନ୍ତି।

ସାଧାରଣ ପ୍ରଶାସନିକ ସେବାରେ କାମ କରିବାକୁ ସ୍ୱପ୍ନ ଦେଖିଥିବା ଶୁଭମ ଆହୁରି କହିଛନ୍ତି ଯେ ୟୁପିଏସସି ପାଇଁ ପ୍ରସ୍ତୁତି କରିବା ବେଳେ ଇସଲାମ ଷ୍ଟଡିଜ୍‌ ମୋତେ ବହୁତ ସହଯୋଗ କରିବ। ଶୁଭମଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ଘରେ ରହି ପରିବାର ସମ୍ଭାଳନ୍ତି। ତାଙ୍କ ବାପା ହିଁ ଇସଲାମିକ ବିଷୟରେ ପାଠପଢ଼ିବା ପାଇଁ ତାଙ୍କୁ ସମର୍ଥନ କରିଥିଲେ ବୋଲି ସେ କହିଛନ୍ତି।

ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରୁ କଶ୍ମୀରରେ ହିଁ ଇସଲାମିକ ବିଷୟରେ ପଢ଼ାଯାଉଛି। ତେଣୁ ଶୁଭମଙ୍କୁ ଦୁଇ ବର୍ଷ ପାଇଁ କଶ୍ମୀରରେ ରହି ପାଠପଢ଼ିବାକୁ ପଡ଼ିବ। ଏହାକୁ ନେଇ ସେ ବେଶ ଉତ୍ସାହିତ ମଧ୍ୟ ରହିଛନ୍ତି। ସେ କହିଛନ୍ତି, ମୁଁ ଜାଣିଛି କଶ୍ମୀରରେ ମୋତେ ଦୁଇ ବର୍ଷ ରହିବାକୁ ପଡ଼ିବ। ସେଠାକାର ଲୋକ ବେଶ ବନ୍ଧୁ ବତ୍ସଲ୍ୟ। ଆମେ କେବେ ହେଲେ ଇସଲାମ ଧର୍ମକୁ ନେଇ ଭୁଲ ଖବରକୁ ଗ୍ରହଣ କରିବା କଥା ନୁହେଁ।

ଅନ୍ୟପକ୍ଷରେ ଜଗତଗୁରୁ ରାମାନନ୍ଦଆଚାର୍ଯ୍ୟ ରାଜସ୍ଥାନ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନେକ ମୁସଲିମ ଛାତ୍ର ପିଏଚଡି କରୁଛନ୍ତି। ଏହାକୁ ଅନେକ ସ୍ୱାଗତ ମଧ୍ୟ କରିଛନ୍ତି। ଏବେ ଜଣେ ହିନ୍ଦୁ ଛାତ୍ର ଇସଲାମ ପଢ଼ିବାକୁ ଯାଉଥିବାରୁ ଏହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos