ପଞ୍ଜାବରୁ ବାହାରେ ରୁହ: କେଜ୍ରିୱାଲଙ୍କୁ ଜୋରଦାର ଟାର୍ଗେଟ କଲେ ଅମରିନ୍ଦର

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ପଞ୍ଜାବରେ କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ କେଜ୍ରିୱାଲ ଗତକାଲି ଆପ୍‌ କର୍ମକର୍ତ୍ତାଙ୍କୁ ଅକ୍ସି ମିଟର ଧରି ଘରଘର ବୁଲିବାକୁ ପରାମର୍ଶ ଦେଇଥିଲେ।

କର୍ମକର୍ତ୍ତାମାନେ ଅକ୍ସି ମିଟର ଦ୍ୱାରା ଲୋକଙ୍କ ରକ୍ତରେ ଥିବା ଅମ୍ଳଜାନ ସ୍ତରକୁ ମାପିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ଅମରିନ୍ଦର ସିଂହ ବିରୋଧ କରିଛନ୍ତି। ସେ କହିଛନ୍ତି, କେଜ୍ରିୱାଲ ଆମ ରାଜ୍ୟରୁ ବାହାରେ ରୁହନ୍ତୁ। କେଜ୍ରିୱାଲ ପଞ୍ଜାବ କଥା ଭୁଲି ଦିଲ୍ଲୀର କରୋନା ସ୍ଥିତିର ମୁକାବିଲା କରନ୍ତୁ। ଆମେ ଆପଣଙ୍କ ଅକ୍ସି ମିଟିର ଚାହୁଁନାହୁଁ।

ଆପଣ ଦୟା କରି ପଞ୍ଜାବରେ ଥିବା ଆପଣଙ୍କ କର୍ମକର୍ତ୍ତାଙ୍କୁ କୁହନ୍ତୁ ଯେ ସେମାନେ ମୋ ଲୋକମାନଙ୍କୁ ହସ୍ପିଟାଲ ଯିବା ବାଟରେ ବାଧା ସୃଷ୍ଟି କରନ୍ତୁ ନାହିଁ। ମୋ ଲୋକମାନେ ହସ୍ପିଟାଲ ଯାଇ ନିଜର ଟେଷ୍ଟ ଓ ଚିକିତ୍ସା କରିବାକୁ ଚାହୁଁଛନ୍ତି। ହେଲେ ଆପଣଙ୍କ କର୍ମକର୍ତ୍ତା ଏଥିରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଅମରିନ୍ଦର କହିଛନ୍ତି।

ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ପଞ୍ଜାବର ସ୍ୱାସ୍ଥ୍ୟ ବିଭାଗ କରୋନାରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ଶରୀରରୁ ଅଙ୍ଗ ପ୍ରତ୍ୟେଙ୍ଗ କାଢ଼ି ନେଉଛୁ। ତେବେ ଏହି ଭିଡିଓ ଫେକ ଥିଲା ଓ ଏହା ପାକିସ୍ତାନରୁ ତିଆରି କରାଯାଇଥିଲା। ଏହାକୁ ଆପର ଜଣେ ସକ୍ରିୟ କର୍ମକର୍ତ୍ତା ଶେୟାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଉକ୍ତ ଆପ୍ ନେତାଙ୍କୁ ପୁଲିସ୍‌ ଗିରଫ କରିବା ସହ ଭିଡିଓ ପଛର କାରଣ ପଚାରିବାରେ ଲାଗିଛି।

ଆହୁରି ପଢ଼ନ୍ତୁ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା

ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!

ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା