ବହୁତ ହୋଇଗଲା! ଏହି ରାଜ୍ୟରେ କଡ଼ାକଡ଼ି ହେଲା ଲକଡାଉନ

ଅମୃତସର: କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଆଜି ପଞ୍ଜାବ ସରକାର ପୁଣିଥରେ ଲକଡାଉନ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଘୋଷଣା। ଲକଡାଉନକୁ କୋହଳ କରାଯାଇଥିବାରୁ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହି କାରଣରୁ ପଞ୍ଜାବ ସରକାର ନୂଆ ନିୟମ ଲାଗୁ କରିଛନ୍ତି।

ଏଣିକି ସନ୍ଧ୍ୟା ୭ଟାରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ କରାଯିବ। ଶୁକ୍ରବାର ଠାରୁ ଏହି ନିୟମ ଲାଗୁ ହେବ। ସେହିପରି ୱିକଏଣ୍ଡ ଲକଡାଉନ ପୂରା ରାଜ୍ୟରେ ପାଳନ କରାଯିବ। ଅଗଷ୍ଟ ୩୧ ଯାଏ ଏହା ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ଆସନ୍ତାକାଲି ଠାରୁ ଘରୋଇ ଓ ସାଧାରଣ ପରିବହନ ଉପରେ କଟକଣା ଲାଗୁ ହେବ। ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ୫୦% ଦୋକାନ କରୋନା ଦ୍ୱାରା ପ୍ରଭାବିତ ୫ଟି ଜିଲ୍ଲାରେ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ବର୍ଦ୍ଧିତ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧ ଭଳି ପ୍ରସ୍ତୁତି ଆବଶ୍ୟକ। ବହୁତ ହୋଇଗଲା ଆଉ ନୁହେଁ। ଆମକୁ ରାଜ୍ୟର ଅର୍ଥନୀତିକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ଗତିକୁ ମଧ୍ୟ ହ୍ରାସ କରିବାକୁ ପଡ଼ିବ। ରାଜ୍ୟରେ ୯୦୦ରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇବା ମୋତେ କଷ୍ଟ ଦେଉଛି ବୋଲି ଅମରିନ୍ଦର ସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ