ଭାରତରେ ଟ୍ରମ୍ପ ମାନିଆ, ବିଶ୍ୱସ୍ତ ହୋଇ ରହିବୁ ବୋଲି ପ୍ରତିଶ୍ରୁତି ଦେଲେ ଆମେରିକା ରାଷ୍ଟ୍ରପତି

ଅହମଦାବାଦ: ଭାରତକୁ ଭଲ ପାଏ ଆମେରିକା। ଆମେରିକା ଭାରତକୁ ସମ୍ମାନ କରେ। ଆମେ ସବୁବେଳେ ଭାରତର ବିଶ୍ୱସ୍ତ ବନ୍ଧୁ ହୋଇ ରହିବୁ। ମୋଦି ବହୁତ ପରିଶ୍ରମ କରି ଭାରତ ପାଇଁ କାମ କରୁଛନ୍ତି। ଅହମଦାବାଦରେ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମରେ ସମବେତ ଲକ୍ଷାଧିକ ଜନତାଙ୍କୁ ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ୱର ଭୂୟଂସୀ ପ୍ରଶଂସା […]

w

w

Hemant Lenka
  • Published: Monday, 24 February 2020
  • Updated: 24 February 2020, 09:09 PM IST

ଅହମଦାବାଦ: ଭାରତକୁ ଭଲ ପାଏ ଆମେରିକା। ଆମେରିକା ଭାରତକୁ ସମ୍ମାନ କରେ। ଆମେ ସବୁବେଳେ ଭାରତର ବିଶ୍ୱସ୍ତ ବନ୍ଧୁ ହୋଇ ରହିବୁ। ମୋଦି ବହୁତ ପରିଶ୍ରମ କରି ଭାରତ ପାଇଁ କାମ କରୁଛନ୍ତି। ଅହମଦାବାଦରେ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ମୋଟେରା ଷ୍ଟାଡିୟମରେ ସମବେତ ଲକ୍ଷାଧିକ ଜନତାଙ୍କୁ ଏକଥା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ।

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେତୃତ୍ୱର ଭୂୟଂସୀ ପ୍ରଶଂସା କରିଛନ୍ତି। ମୋଦିଙ୍କ ସଫଳତାର ଉଦାହରଣ ଦେଇ ଭାରତୀୟମାନେ କିଛି ବି କରିବାରେ ସମର୍ଥ ବୋଲି କହିବାକୁ ଟ୍ରମ୍ପ ପଛାଇ ନାହାନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜିଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଟ୍ରମ୍ପଙ୍କ ସହ ତାଙ୍କର ପୂରା ପରିବାର ଓ ହ୍ୱାଇଟ ହାଉସ ଅଧିକାରୀମାନେ ବି ଭାରତ ମାଟିରେ ପାଦ ଥୋଇଛନ୍ତି।

ଟ୍ରମ୍ପଙ୍କ ଏହି ଭାରତ ଗସ୍ତକୁ ଅଧିକ ସ୍ମରଣୀୟ କରିବା ପାଇଁ ସବୁଆଡ଼େ ଟ୍ରମ୍ପ୍ ମାନିଆ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଦ କୁସନେର୍ ଅହମଦାବାଦ ଏବଂ ଆଗ୍ରା ବୁଲିଛନ୍ତି। ଗୁଜରାଟର ମୋଟେର ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ପ ଉଦବୋଧନ ଦେଇ ଟ୍ରୁ ଫ୍ରେଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଟ୍ରମ୍ପ ଆଜି ଅହମଦାବାଦରେ ପହଞ୍ଚିବା ପରେ ତାଙ୍କୁ ଅଭୂତପୂର୍ବ ସ୍ୱାଗତ ସମ୍ବର୍ଦ୍ଧନା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଛୋଟି ନେଇଥିଲେ। ଟ୍ରମ୍ପ ବି ରାଷ୍ଟ୍ରପତି ଭାବେ ଭାରତକୁ ନିଜର ପ୍ରଥମ ଗସ୍ତରେ ପାଇଥିବା ଆତିଥେୟତାକୁ ନେଇ ଅଭିଭୂତ ହୋଇଛନ୍ତି। ଆଜି ୧୧ଟା ୩୭ରେ ଅହମଦାବାଦ ଏୟାରପୋର୍ଟରେ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଏୟାରଫୋର୍ସ ୱାନ ବିମାନ ଅବତରଣ କରିଥିଲା।

ଏହାର ଘଣ୍ଟାଏ ଆଗରୁ ବିମାନବନ୍ଦରରେ ପ୍ରୋଟୋକଲ୍ ଭାଙ୍ଗି ମୋଦି ଅପେକ୍ଷା କରିଥିଲେ। ଶଙ୍ଖନାଦ ଓ ପାରମ୍ପରିକ ନୃତ୍ୟର ସହ ମୋଦି ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ। ଏଠାରୁ ଦୀର୍ଘ ୭ କିମି ରୋଡ୍‌ ଶୋ’ କରି ଟ୍ରମ୍ପ୍ ପରିବାର ଓ ମୋଦି ସିଧାସଳଖ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସାବରମତୀ ଆଶ୍ରମ ମୁହାଁଇଥିଲେ। ଟ୍ରମ୍ପଙ୍କ ବିଶାଳ କାରକେଡ୍ ଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକକଳାର ଝଲକ୍ ସହ ତାଙ୍କୁ ହଜାର ହଜାର ଲୋକ ସ୍ୱାଗତ କରିଥିଲେ।

ସାବରମତୀ ଆଶ୍ରମ ବୁଲିବା ବେଳେ ଗାନ୍ଧିଙ୍କ ଆତ୍ମନିର୍ଭରଶୀଳତାର ପ୍ରତୀକ ଚରଖାକୁ ଉଭୟ ଟ୍ରମ୍ପ ଓ ମେଲାନିଆ ବୁଲାଇଥିଲେ। ଚରଖା ବୁଲାଇବା ପରେ ଆଶ୍ରମର ଭିଜିଟର ବୁକରେ ଟ୍ରମ୍ପ ଓ ମେଲାନିଆ ଦସ୍ତଖତ କରି ମୋଦିଙ୍କୁ ଶ୍ରେଷ୍ଠ ବନ୍ଧୁ ବୋଲି ଉଲ୍ଲେଖ କରିଥିଲେ।

ଏହାପରେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପ ନମସ୍ତେ ଟ୍ରମ୍ପ ଶୋ’ରେ ଯୋଗଦେଇ ଭାରତ-ଆମେରିକା ବନ୍ଧୁତାର ଦ୍ୱାହି ଦେଇଛନ୍ତି। ସେ କହିଛନ୍ତି, ଆମେରିକା ସବୁବେଳ ଭାରତର ବିଶ୍ୱସ୍ତ ବନ୍ଧୁ ହୋଇ ରହିବ। ଟ୍ରମ୍ପ ମୋଦିଙ୍କୁ ପ୍ରଶଂସା କରିବା ସହ କ୍ରିକେଟ, ବଲିଉଡ୍ ଓ ସ୍ୱାମୀ ବିବେକାନନ୍ଦଙ୍କ ନାଁ ନେଇ ସମବେତ ଜନତାଙ୍କ ହୃଦୟ ଜିତିବାକୁ ପ୍ରୟାସ କରିଛନ୍ତି।

ଆତଙ୍କବାଦରୁ ଆରମ୍ଭ କରି ପ୍ରତିରକ୍ଷା ସହଯୋଗ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଟ୍ରମ୍ପ ଗୁରୁତ୍ୱ ଦେଇଛନ୍ତି। ଆଜି ଷ୍ଟାଡିୟମ ମଧ୍ୟରେ ଟ୍ରମ୍ପ ଆସନ୍ତାକାଲି ଭାରତ ସହ ୩ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ହେବ ବୋଲି ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କ ଭାଷଣରେ ବଲିଉଡରୁ କ୍ରିକେଟ, ଡିଡିଏଲଜେ, ଶୋଲେ, ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ନାଁ ନେଇଛନ୍ତି।

ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟକୁ ଧ୍ୱଂସ କରାଯିବା ସହ ସଂଗଠନର ମୁଖ୍ୟ ଅଲ୍ ବାଗଦାଦି ଚରମ ପରିଣତି ଭୋଗିଛି ବୋଲି ଟ୍ରମ୍ପ କହିଛନ୍ତି। ଭାରତ-ଆମେରିକା ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଭାବେ ଲଢ଼େଇ ଜାରି ରଖିଥିବା କହିଛନ୍ତି।

ଟ୍ରମ୍ପଙ୍କ ଗସ୍ତ ଦୁଇ ଦେଶର ସଂପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ମୁକ୍ତ ଦେଶ ହୋଇଥିବା ବେଳେ ଭାରତ ସାରା ବିଶ୍ୱକୁ ଗୋଟିଏ ପରିବାର ବୋଲି ମାନିଥାଏ। ଗୋଟିଏ ଦେଶ ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ନେଇ ଗର୍ବ କରୁଥିବାବେଳେ ଅନ୍ୟଟି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ନେଇ ପରିଚିତ। ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ରହିଥିବା ମୋଦି କହିଛନ୍ତି।

ଉଭୟ ନେତା ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିବା ବେଳେ ବାଣିଜ୍ୟିକ ଓ ପ୍ରତିରକ୍ଷା ଦୃଷ୍ଟିରୁ ଟ୍ରମ୍ପଙ୍କ ଗସ୍ତ ଭାରତ ପାଇଁ କେତେ ଲାଭ ଦାୟକ ହେଉଛି ଏବେ ତାଉପରେ ନଜର।

ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଟ୍ରମ୍ପ ସିଧା ଆଗ୍ରା ଯାଇଥିଲେ। ଆଗ୍ରା ବିମାନ ବନ୍ଦରରେ ତାଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଆଗ୍ରା ଏୟାର ବେସରେ ୨୫୦ ଜଣ କଳାକାର ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଏଠାରୁ ଟ୍ରମ୍ପ ଦମ୍ପତି ପ୍ରେମର ପ୍ରତୀକ ତାହମହଲ ପରିଦର୍ଶନ କରିଥିଲେ।

ପ୍ରେମର ପ୍ରତୀକ ତାଜ ପରିଦର୍ଶନ ବେଳେ ଟ୍ରମ୍ପ ଦମ୍ପତି ଡାଏନା ବେଞ୍ଚ ପାଖରେ ଫଟୋ ଉଠାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ତାଙ୍କ ସ୍ୱାମୀ ଜାରେଦ କୁସନେର୍ ମଧ୍ୟ ଏହି ଅବସରରେ ତାଜମହଲ ପରିଦର୍ଶନ କରିଥିଲେ। ଏଠାରୁ ଟ୍ରମ୍ପ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story