ପାକିସ୍ତାନକୁ ଆମେରିକାର ଚେତାବନୀ: ବନ୍ଧୁତ୍ୱ ବଢାଇବାକୁ ଚାହୁଁଛ ତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ୱାସିଂଟନ୍‌: ଆମେରିକା ରକ୍ଷାମନ୍ତ୍ରୀ ରେ. ଟିଲରସନ ଆଜି ପାକିସ୍ତାନ ଯିବେ। ଏହା ପୂର୍ବରୁ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ଟିଲରସନ କହିଛନ୍ତି- “ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ଆମେ ତୁମ ସହ ଆଗକୁ ବନ୍ଧୁତ୍ୱ ବଢାଇବୁ।” ସେ ଆହୁରି କହିଛନ୍ତି, ପାକିସ୍ତାନକୁ ଏବେ ତାଲିବାନ ଓ ଅନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଏହି ଦେଶକୁ ଆମ ସହ କାମ କରିବା ଦରକାର। […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 09:41 AM IST

Sports

Latest News

ୱାସିଂଟନ୍‌: ଆମେରିକା ରକ୍ଷାମନ୍ତ୍ରୀ ରେ. ଟିଲରସନ ଆଜି ପାକିସ୍ତାନ ଯିବେ। ଏହା ପୂର୍ବରୁ ଆତଙ୍କବାଦକୁ ନେଇ ପାକିସ୍ତାନକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ଟିଲରସନ କହିଛନ୍ତି- “ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ, ଆମେ ତୁମ ସହ ଆଗକୁ ବନ୍ଧୁତ୍ୱ ବଢାଇବୁ।”

ସେ ଆହୁରି କହିଛନ୍ତି, ପାକିସ୍ତାନକୁ ଏବେ ତାଲିବାନ ଓ ଅନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ଏହି ଦେଶକୁ ଆମ ସହ କାମ କରିବା ଦରକାର। ଆମେ ପାକିସ୍ତାନ ସହ ବନ୍ଧୁତ୍ୱ ଆଗକୁ ବଢାଇବାକୁ ଚାହୁଁଛୁ। ଯଦି ସେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ, ତେବେ ବନ୍ଧୁତ୍ୱ ଆଗକୁ ବଢି ପାରିବ। ଏବେ ଏକାଧିକ ଆତଙ୍କୀ ସଂଗଠନଙ୍କ ପାଇଁ ପାକିସ୍ତାନ ଏକ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି।

ଆଫଗାନିସ୍ତାନ ଗଠନରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପାକିସ୍ତାନ ଯିବା ବାଟରୁ ହଠାତ ଆଫଗାନିସ୍ତାନରେ ପହଞ୍ଚି ଥିବା ଟିଲରସନ୍‌ ଭାରତ ସହ ସମ୍ପର୍କକୁ ମହତ୍ୱପୂର୍ଣ୍ଣ ଦର୍ଶାଇଛନ୍ତି। ଟ୍ରମ୍ପ ପ୍ରଶାସନ ମତରେ ବିଶ୍ୱଶାନ୍ତି ଓ ଏକ ସ୍ଥିର ଆଫଗାନିସ୍ତାନ ଗଠନରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନରେ ରୋଜଗାର ସୃଷ୍ଟି କରିବା ଓ ଆର୍ଥିକ ଉନ୍ନତି ଯୋଗାଇବା ଆବଶ୍ୟକ, ଯାହା ଭାରତ ପକ୍ଷରୁ କରାଯାଉଛି। ଆମେ ଭାବୁଛୁ, ଆଫଗାନିସ୍ତାନର ଭବିଷ୍ୟତ ଗଠନ ପାଇଁ ଭାରତର ସହଯୋଗ ସକରାତ୍ମକ ସାବ୍ୟସ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos