ଅମିତ ଶାହଙ୍କ ଭଣଜା କହି ୮୦,୦୦୦  ଟଙ୍କା ଠକି ନେଇଥିବା  ଯୁବକ ଗିରଫ

ଉଜ୍ଜୈନ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭଣଜା କହି ଦକ୍ଷିଣ ଉଜ୍ଜୈନର ବିଧାୟକ ମୋହନ ଯାଦବଙ୍କ ପାଖରୁ ପ୍ରାୟ ୮୦ହଜାର ଟଙ୍କା ଠକି ନେଇଥିବା ଯୁବକକୁ ପଟେଲାବଦର ଏକ ଢାବାରୁ ପୋଲିସ୍‌ ଗିରଫ କରିଛି।  ଯୁବକ ଜଣକ ଗୁଜରାଟର ଗାନ୍ଧିନଗରର ରହୁଥିବା ୟଶ ବୋଲି ଜଣାପଡ଼ିଛି। ୨୦୧୪ ମସିହାରେ ୟଶକୁ ପରିବାର ଲୋକ ଘରୁ ବାହାର କରି ଦେବା ପରେ ନିଜର ନାଁ ବଦଳାଇ ଲୋକମାନଙ୍କଠାରୁ ଟଙ୍କା ଠକୁଥିବା ପୋଲିସ୍ ନିକଟରେ ସେ ସ୍ୱୀକାର କରିଛି। […]

amit-shah

amit-shah

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 04:19 PM IST

Sports

Latest News

amit-shahଉଜ୍ଜୈନ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଭଣଜା କହି ଦକ୍ଷିଣ ଉଜ୍ଜୈନର ବିଧାୟକ ମୋହନ ଯାଦବଙ୍କ ପାଖରୁ ପ୍ରାୟ ୮୦ହଜାର ଟଙ୍କା ଠକି ନେଇଥିବା ଯୁବକକୁ ପଟେଲାବଦର ଏକ ଢାବାରୁ ପୋଲିସ୍‌ ଗିରଫ କରିଛି।  ଯୁବକ ଜଣକ ଗୁଜରାଟର ଗାନ୍ଧିନଗରର ରହୁଥିବା ୟଶ ବୋଲି ଜଣାପଡ଼ିଛି। ୨୦୧୪ ମସିହାରେ ୟଶକୁ ପରିବାର ଲୋକ ଘରୁ ବାହାର କରି ଦେବା ପରେ ନିଜର ନାଁ ବଦଳାଇ ଲୋକମାନଙ୍କଠାରୁ ଟଙ୍କା ଠକୁଥିବା ପୋଲିସ୍ ନିକଟରେ ସେ ସ୍ୱୀକାର କରିଛି।

ଅମିତ ଶାହଙ୍କ ଭଣଜା କହି ପ୍ରାୟ ୮୦ ହଜାର ଟଙ୍କା ଠକେଇ ନେଇଥିବା ୟଶଙ୍କ ନାଁରେ  ମୋହନ ଯାଦବଙ୍କ ସହଯୋଗୀ ନରେଶ ଶର୍ମା ଜିଆରପି ଥାନାରେ ଅଭିଯୋଗ କରିଥିଲେ।

ଜୁଲାଇ ୨୭ରେ ମୋହନ ଯାଦବଙ୍କ ପାଖକୁ ଏକ ଫୋନକଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ଅମିତ ଶାହଙ୍କ ଭଣଜା ବିରାଜ ଶାହ ବୋଲି ପରିଚୟ ଦେଇଥିଲେ ଏବଂ ତାଙ୍କର ସବୁକିଛି ଚୋରି ହୋଇଯାଇଥିବା କାହାଣୀ ଶୁଣାଇଥିଲେ। ନିଜ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଶୁଣି ବିଜେପି ବିଧାୟକ ଯାଦବ ମଧ୍ୟ ମାମଲାକୁ ଗୁରୁତ୍ୱର ସହ ନେଇଥଲେ ଏବଂ ନିଜର ଜଣେ ସହଯୋଗୀ ଏବଂ ଦଳର କାର୍ଯ୍ୟକର୍ତ୍ତା ନରେଶ ଶର୍ମାଙ୍କୁ ଜିଆରପି ଥାନାକୁ ପଠାଇଥିଲେ।

ଏହାପରେ ନିଜକୁ ବିରାଜ ଶାହ ବୋଲି କହୁଥିବା ବ୍ୟକ୍ତି ଜଣକ ନରେଶଙ୍କୁ ଫୋନ୍‌ ଏବଂ ଆଇପ୍ୟାଡ୍‌ ମଧ୍ୟ ଚୋରି ହୋଇଛି ବୋଲି କହି ୧୫୦୦୦ ଟଙ୍କାର ଏକ ନୂଆ ଫୋନ ନେଇଥିଲେ। ଏହାପରେ ସେ ଟଙ୍କା ମଧ୍ୟ ଚୋରି ହୋଇଛି ବୋଲି କହିଥିଲେ, ଯାହାପରେ ମୋହନ ଯାଦବ ସହଯୋଗୀଙ୍କୁ ୬୫ ହଜାର ଟଙ୍କା ବିରାଜଙ୍କୁ ଦେବା ପାଇଁ କହିଥିଲେ। ବିରାଜ ଅହମ୍ମଦାବାଦରେ ପହଞ୍ଚିଲା ପରେ ଟଙ୍କା ଫେରସ୍ତ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅହମ୍ମଦାବାଦରେ ପହଞ୍ଚିଲା ପରେ ସେ ଟ୍ୟାକ୍ସିକୁ ଫେରାଇ ଦେଇଥିଲେ ଏବଂ ନିଜ ଫୋନ ବନ୍ଦ କରି ଫେରାର ହୋଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos