ଜମ୍ମୁ-କଶ୍ମୀରକୁ ନେଇ ଶାହ ଓ ଡୋଭାଲଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଉପତ୍ୟକାରେ ଅବସ୍ଥାନ କରୁଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସେଠାରୁ ଫେରି ଆସିଛନ୍ତି। ଜମ୍ମୁ-କଶ୍ମୀରରୁ ଫେରିବା ପରେ ଆଜି ଡୋଭାଲ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଛି। ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ। ତେବେ ବୈଠକରେ କଣ ଆଲୋଚନା ହେଲା, […]

r

r

Hemant Lenka
  • Published: Monday, 19 August 2019
  • Updated: 19 August 2019, 06:03 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଉପତ୍ୟକାରେ ଅବସ୍ଥାନ କରୁଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସେଠାରୁ ଫେରି ଆସିଛନ୍ତି। ଜମ୍ମୁ-କଶ୍ମୀରରୁ ଫେରିବା ପରେ ଆଜି ଡୋଭାଲ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ହୋଇଛି।

ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ। ତେବେ ବୈଠକରେ କଣ ଆଲୋଚନା ହେଲା, ସେ ସମ୍ପର୍କରେ କେହି ବି ମୁହଁ ଖୋଲି ନାହାନ୍ତି।

ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଡୋଭାଲ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଶ୍ରୀ ଶାହଙ୍କୁ ଅବଗତ କରାଇଛନ୍ତି। ଏଥିସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଗକୁ କି ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଶ୍ରୀ ଡୋଭାଲ ନିଜେ ଜମ୍ମୁ-କଶ୍ମୀରରେ ଦୀର୍ଘ ୧୧ ଦିନ କାଳ ରହି ସ୍ଥିତିର ସମୀକ୍ଷା କରିଥିଲେ। ସେ ତାଙ୍କର ରିପୋର୍ଟ ଅମିତ ଶାହଙ୍କୁ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos