ଚିଦାମ୍ବରମ୍‌ ଅବୈଧ ସମ୍ପତ୍ତିର ମାଲିକ !

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା କଂଗ୍ରେସ ତଥା ଦେଶର ପ୍ରକ୍ତାନ ବିତ୍ତ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ୟୁପିଏ ସରକାରରେ ବିତ୍ତମନ୍ତ୍ରୀ ଥିବା ପି. ଚିଦାମ୍ବରମ୍‌ଙ୍କ ପାଖରେ ୩ ବିଲିୟନ୍‌ ଡଲାରର ଅବୈଧ ସମ୍ପତ୍ତି ରହିଛି। କଳାଧନ କାରବାର ରୋକିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଅଛି। ଦେଶ ତଥା ଦେଶ ବାହାରେ ଗଚ୍ଛିତ କଳାଧନ ସାଧାରଣ ଲୋକଙ୍କ ଖାତାକୁ ଫେରାଇବାକୁ ଆମେ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ଜଣାପଡୁଛି। ଆୟକର ବିଭାଗ ରିପୋର୍ଟ […]

amit-shah_650x400_61525951267

amit-shah_650x400_61525951267

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 04:46 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା କଂଗ୍ରେସ ତଥା ଦେଶର ପ୍ରକ୍ତାନ ବିତ୍ତ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ୟୁପିଏ ସରକାରରେ ବିତ୍ତମନ୍ତ୍ରୀ ଥିବା ପି. ଚିଦାମ୍ବରମ୍‌ଙ୍କ ପାଖରେ ୩ ବିଲିୟନ୍‌ ଡଲାରର ଅବୈଧ ସମ୍ପତ୍ତି ରହିଛି। କଳାଧନ କାରବାର ରୋକିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଅଛି। ଦେଶ ତଥା ଦେଶ ବାହାରେ ଗଚ୍ଛିତ କଳାଧନ ସାଧାରଣ ଲୋକଙ୍କ ଖାତାକୁ ଫେରାଇବାକୁ ଆମେ ଚେଷ୍ଟା କରୁଥିବା ବେଳେ ଏଭଳି ଘଟଣା ଜଣାପଡୁଛି। ଆୟକର ବିଭାଗ ରିପୋର୍ଟ ମୁତାବକ ଚିଦାମ୍ବରମ୍‌ ଓ ତାଙ୍କ ପରିବାର ବିରୋଧରେ ୪ ଅଭିଯୋଗପତ୍ର ଦାଖଲ ହୋଇଛି।

ଏହି କଥାରୁ ପ୍ରମାଣିତ ହୋଇଛି ଯେ, ସୁପ୍ରିମ୍‌ କୋର୍ଟର ଆଦେଶ ସତ୍ୱେ କାହିଁକି ଏହି ସରକାର ଏସ୍‌ଆଇଟି ଗଠନ ଉପରେ ଗୁରୁତ୍ୱ ଦେଇ ନ ଥିଲେ। ବାସ୍ତବରେ ଏଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିତ୍ତମନ୍ତ୍ରି ଚିଦାମ୍ବରମ୍‌ ଓ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାମିଲ ଥିଲେ ବୋଲି କହିଛନ୍ତି ଶାହା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos