ପ୍ରତିଦିନ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ବଦଳିବେ ବୋଲି କହି ତାଚ୍ଛଲ୍ୟ କଲେ ଶାହ

କାନପୁର: ଯଦି ସୋମବାର ମାୟାବତୀ ପ୍ରଧାନମନ୍ତ୍ରୀ ହେବ, ତାହେଲେ ମଙ୍ଗଳବାର ଅଖିଲେଶ ଯାଦବ ପ୍ରଧାନମନ୍ତ୍ରୀ ହେବେ। କାରଣ ପ୍ରଧାନମନ୍ତ୍ରୀ ହେବାକୁ ସମ୍ଭାବ୍ୟ ମହାଗଠବନ୍ଧନର ନେତାମାନେ ବେଶ ବ୍ୟାକୁଳ। ମହାଗଠବନ୍ଧନର ନେତାମାନେ ଏବେ କ୍ଷମତା ଲୋଭରେ ରହିଛନ୍ତି ବୋଲି ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟାକ୍ଷ କରିଛନ୍ତି।

ଉତ୍ତର ପ୍ରଦେଶର କାନପୁରଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ଶାହ ବିଜେପି ବିରୋଧରେ ଗଠନ ହେବାକୁ ଥିବା ମହାଗଠବନ୍ଧନକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ଆମେ ଆମର ପ୍ରଧାନମନ୍ତ୍ରୀ କିଏ ହେବ, ତାକୁ ନେଇ ଆମେ ନିଶ୍ଚିତ ରହିଛୁ। ଏନ୍‌ଡିଏର ପ୍ରଧାନମନ୍ତ୍ରୀ ମୋଦିଜୀ ରହିବେ। ହେଲେ ମହାଗଠବନ୍ଧନର କିଏ? ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଯଦି ମହାଗଠବନ୍ଧନ କ୍ଷମତାକୁ ଆସିବ, ତା’ହେଲେ ଏଥିରେ ଥିବା ୬ ଜଣ ପ୍ରାର୍ଥୀ ୬ ଦିନ ପ୍ରଧାନମନ୍ତ୍ରୀ ହେବେ।

ସୋମବାର ଦିନ ବେହେନଜୀ(ମାୟାବତୀ), ମଙ୍ଗଳବାର ଅଖିଲେଶ ଯାଦବ ଓ ବୁଧବାର ମମତା ଦିଦି ପ୍ରଧାନମନ୍ତ୍ରୀ ରହିବେ। ସେହିପରି ଗୁରୁବାର ଶରଦ ପାୱାର, ଶୁକ୍ରବାର ଏଚଡି ଦେବଗୌଡ଼ା ଓ ଶନିବାର ଏମ୍‌କେ ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

ରବିବାର ଦେଶ ଶୋଇପଡ଼ିବ। କାରଣ ସେମାନେ ଜାଣିନାହାନ୍ତି, ମହାଗଠବନ୍ଧନର ନେତା କିଏ? ଏଭଳି ଏକ ମେଣ୍ଟ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ। ୫୬ ଇଞ୍ଚର ଛାତିଥିବା ଏକମାତ୍ର ବ୍ୟକ୍ତି ମୋଦିଜୀ ହିଁ ଦେଶକୁ ଆଗକୁ ନେଇପାରିବେ।”

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ହମଲା: ୨ ପୁଲିସ ସହିଦ

୨୪ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ ୬୪,୫୫୩ ପଜିଟିଭ, ୧୦୦୭ ମୃତ

ଆଠ ବର୍ଷ ବୟସରେ ଲେଖିଲେ ୫୭ ପୃଷ୍ଠାର ରାମାୟଣ

ଚାଇନାର ଦାବି, କୁକୁଡାରେ ରହିଛି କରୋନା ଭାଇରସ!

ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ବେଙ୍ଗାଲୁରୁ ଦଙ୍ଗାକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଏଫଆଇଆରରେ ୫ ଅଭିଯୁକ୍ତ

ମୁମ୍ବାଇ ସ୍ୱପ୍ନ ସାକାର କରିବାକୁ ୪୫ ହଜାର ଟଙ୍କାରେ ଛୁଆକୁ ବିକିଲା ମା’

ଏଚ୍-୧ବି ଭିସା ବ୍ୟାନ ନିୟମରେ କୋହଳ କଲା ଟ୍ରମ୍ପ ପ୍ରଶାସନ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା