ଚାଷୀଙ୍କ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ଦିନ ୧୨ଟାରେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ କେନ୍ଦ୍ର ସରକାର ବୈଠକ କରିବେ। ଏହା ପୂର୍ବରୁ ଅର୍ଥାତ ଦିନ ୯.୩୦ରେ ଶାହ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ବସିବ। ଏହି ବୈଠକରେ ଶ୍ରୀ ଶାହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରର […]

gp

gp

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 10:34 PM IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ଦିନ ୧୨ଟାରେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ କେନ୍ଦ୍ର ସରକାର ବୈଠକ କରିବେ। ଏହା ପୂର୍ବରୁ ଅର୍ଥାତ ଦିନ ୯.୩୦ରେ ଶାହ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ବସିବ।

ଏହି ବୈଠକରେ ଶ୍ରୀ ଶାହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରର ନୂଆ କୃଷି ଆଇନକୁ କାଉଣ୍ଟର କରିବା ପାଇଁ ପଞ୍ଜାବ ସରକାର ବିଧାନସଭାରେ ଗୋଟିଏ ବିଲ୍‌ ପାସ କରିଥିଲେ। ଏଥିରେ ନୂଆ କୃଷି ଆଇନ ସହ ଆଉ କିଛି ପ୍ରାବଧାନ ଯୋଡ଼ା ଯାଇଛି। ଏସବୁ ବିଷୟରେ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ମଙ୍ଗଳବାର ଚାଷୀଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଚାଷୀ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଠକ ହୋଇଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ତେଣୁ ଆସନ୍ତାକାଲି ପୁଣିଥରେ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ତୁରନ୍ତ ନୂଆ କୃଷି ଆଇନକୁ ଉଚ୍ଛେଦ କରନ୍ତୁ ବୋଲି ଚାଷୀମାନେ ଦାବି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos