ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ ୨ ବର୍ଷ ବଢ଼ିଲା

ନୂଆଦିଲ୍ଲୀ: ସରକାରଙ୍କ ଥିଙ୍କଟ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ଆଜି କେନ୍ଦ୍ର ସରକାର ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଏଭଳି ନିଷ୍ପତ୍ତି ନେଇଛି।  ଅର୍ଥାତ ଏବେ ଅମିତାଭ କାନ୍ତ ୨୦୧୯ ଜୁନ୍‌ ୩୦ ପରିବର୍ତ୍ତେ ୨୦୨୧ ଜୁନ୍‌ ୩୦ ଯାଏ କାର୍ଯ୍ୟ କରିବେ। ୨୦୧୬ ଫେବୃଆରୀ ୧୭ ତାରିଖରେ ଦୁଇ ବର୍ଷ ପାଇଁ ଅମିତାଭ କାନ୍ତଙ୍କୁ ନୀତି ଆୟୋଗ ସିଇଓ କରାଯାଇଥିଲା। ଏହାପରେ […]

yu

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 06:08 PM IST

ନୂଆଦିଲ୍ଲୀ: ସରକାରଙ୍କ ଥିଙ୍କଟ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ଆଜି କେନ୍ଦ୍ର ସରକାର ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଏଭଳି ନିଷ୍ପତ୍ତି ନେଇଛି।  ଅର୍ଥାତ ଏବେ ଅମିତାଭ କାନ୍ତ ୨୦୧୯ ଜୁନ୍‌ ୩୦ ପରିବର୍ତ୍ତେ ୨୦୨୧ ଜୁନ୍‌ ୩୦ ଯାଏ କାର୍ଯ୍ୟ କରିବେ।

୨୦୧୬ ଫେବୃଆରୀ ୧୭ ତାରିଖରେ ଦୁଇ ବର୍ଷ ପାଇଁ ଅମିତାଭ କାନ୍ତଙ୍କୁ ନୀତି ଆୟୋଗ ସିଇଓ କରାଯାଇଥିଲା। ଏହାପରେ ଏହାକୁ ୨୦୧୯ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Related story