ଅମିତ ଶାହଙ୍କ ଭଣଜା କହି ବିଜେପି ବିଧାୟକଙ୍କ ଠାରୁ ୮୦୦୦୦ ଟଙ୍କା ଠକେଇ

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନରେ ଲୁଟପାଟର ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅମିତ ଶାହଙ୍କ ନାଁ ନେଇ ଦକ୍ଷିଣ ଉଜ୍ଜୈନର ବିଧାୟକ ମୋହନ ଯାଦବଙ୍କୁ ପାଖାପାଖି ୮୦ ହଜାର ଟଙ୍କାର ସେ ଏହା ସବୁ ଠକି ନେଇଛି। ଯାଦବଙ୍କ ପାଖକୁ ଜୁଲାଇ ୨୭ରେ ଏକ ଫୋନକଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ଅମିତ ଶାହଙ୍କ ଭଣଜା ବିରାଜ ଶାହ ବୋଲି ପରିଚୟ ଦେଇଥିଲେ। ଏବଂ ତାଙ୍କର ସବୁକିଛି ଚୋରି ହୋଇଯାଇଥିବା କାହାଣୀ […]

amit-shah

amit-shah

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 08:31 PM IST

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନରେ ଲୁଟପାଟର ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅମିତ ଶାହଙ୍କ ନାଁ ନେଇ ଦକ୍ଷିଣ ଉଜ୍ଜୈନର ବିଧାୟକ ମୋହନ ଯାଦବଙ୍କୁ ପାଖାପାଖି ୮୦ ହଜାର ଟଙ୍କାର ସେ ଏହା ସବୁ ଠକି ନେଇଛି।

ଯାଦବଙ୍କ ପାଖକୁ ଜୁଲାଇ ୨୭ରେ ଏକ ଫୋନକଲ୍‌ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ଅମିତ ଶାହଙ୍କ ଭଣଜା ବିରାଜ ଶାହ ବୋଲି ପରିଚୟ ଦେଇଥିଲେ। ଏବଂ ତାଙ୍କର ସବୁକିଛି ଚୋରି ହୋଇଯାଇଥିବା କାହାଣୀ ଶୁଣାଇଥିଲେ। ନିଜ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଶୁଣି ବିଜେପି ବିଧାୟକ ମୋହନ ଯାଦବ ମଧ୍ୟ ମାମଲାକୁ ଗୁରୁତ୍ୱର ସହ ନେଇଥଲେ। ଏବଂ ନିଜର ଜଣେ ସହଯୋଗୀ ଏବଂ ଦଳର କାର୍ଯ୍ୟକର୍ତ୍ତା ନରେଶ ଶର୍ମାଙ୍କୁ ଜିଆରପି ଥାନାକୁ ପଠାଇଥିଲେ।

ଏହାପରେ ନିଜକୁ ବିରାଜ ଶାହ ବୋଲି କହୁଥିବା ବ୍ୟକ୍ତି ଜଣକ ନରେଶଙ୍କୁ ଫୋନ୍‌ ଏବଂ ଆଇପ୍ୟାଡ୍‌ ମଧ୍ୟ ଚୋରି ହୋଇଛି ବୋଲି କହି ୧୫୦୦୦ ଟଙ୍କାର ଏକ ନୂଆ ଫୋନ ନେଇଥିଲେ। ଏହାପରେ ସେ ଟଙ୍କା ମଧ୍ୟ ଚୋରି ହୋଇଛି ବୋଲି କହିଥିଲା, ଯାହାପରେ ମୋହନ ଯାଦବ ସହଯୋଗୀଙ୍କୁ ୬୫ ହଜାର ଟଙ୍କା ବିରାଜଙ୍କୁ ଦେବା ପାଇଁ କହିଥିଲେ। ବିରାଜ ଅହମ୍ମଦାବାଦରେ ପହଞ୍ଚିଲା ପରେ ଟଙ୍କା ଫେରସ୍ତ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅହମ୍ମଦାବାଦରେ ପହଞ୍ଚିଲା ପରେ ସେ ଟ୍ୟାକ୍ସିକୁ ଫେରାଇ ଦେଇଥିଲା ଏବଂ ନିଜ ଫୋନ ବନ୍ଦ କରି ଫେରାର ହୋଇ ଯାଇଥିଲେ। ଏହାପରେ ବିଧାୟକଙ୍କର ସହଯୋଗୀ ନରେଶ ଶର୍ମାଙ୍କର ସନ୍ଦେହ ହେଲା ଯେ ତାଙ୍କ ସହିତ ଠକାମୀ ହୋଇଛି। ନିଜକୁ ଅମିତ ଶାହଙ୍କ ଭଣଜା କହୁଥିବା ବ୍ୟକ୍ତି ଜଣକ କେତେ ନିର୍ବିକାରରେ ସମସ୍ତଙ୍କ ଆଖିରେ ଧୂଳି ଦେଇଥିଲା। ତାହା ଏହି କଥାରୁ ଅନୁମାନ କରାଯାଇପାରେ ଯେ ପୂରା ସରକାରୀ ଦଳ ଘଣ୍ଟା ଘଣ୍ଟାଧରି ତା ସେବାରେ ଲାଗି ରହିଥିଲା ଏବଂ ମହାକାଳ ମନ୍ଦିର ମଧ୍ୟ ଦର୍ଶନ କରାଇ ଥିଲେ।

ଉଜ୍ଜୈନ ମାଧବନଗର ପୋଲିସ ଥାନାରେ ୮୦ ହଜାର ଟଙ୍କାର ଠକେଇ ଅଭିଯୋଗ ଦାୟର କରାଯାଇଛି। ଥାନା ପ୍ରଭାରୀ ଏମ୍‌ଏସ୍‌ ପରମାର କହିଛନ୍ତି ଯେ ନରେଶ ଶର୍ମା ଏକ ଅଭିଯୋଗ କରିଛନ୍ତି ଯାହାର ତଦନ୍ତ ପାଇଁ ଜିଆରପି ପୋଲିସଙ୍କୁ ପଠାଇ ଦିଆଯାଇଛି। ପୋଲିସ ନିଜକୁ ଅମିତ ଶାହଙ୍କ ଭଣଜା ବୋଲି କହିଥିବା ବ୍ୟକ୍ତିକୁ ଖୋଜିବା ଆରମ୍ଭ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos