ତାଜମହଲ ଶିବ ମନ୍ଦିର ଥିଲା: କେନ୍ଦ୍ରମନ୍ତ୍ରୀ ହେଗଡେ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ରବିବାର ଏକ ଅଜବ ବୟାନ ଦେଇଛନ୍ତି। ମୋଗଲ ସମ୍ରାଟ ଶାହଜାହାନ ତାଜମହଲ ନିର୍ମାଣ କରିଥିବା ସମସ୍ତେ ଜାଣିଥିଲେ ହେଁ କେନ୍ଦ୍ରମନ୍ତ୍ରୀ ହେଗଡେ କିନ୍ତୁ ଏଥିରେ ଏକମତ ହୋଇନାହାନ୍ତି। ସେ କହିଛନ୍ତି, ତାଜମହଲକୁ ମୁସଲିମ୍‌ମାନେ ନିର୍ମାଣ କରି ନଥିବା ପ୍ରମାଣ ରହିଛି। ଇତିହାସରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଏବଂ ଏହା ଏକ ଶିବ ମନ୍ଦିର ଥିଲା ବୋଲି କହିଛନ୍ତି। ଏଭଳି ବିଭ୍ରାନ୍ତିକର ଏବଂ କପୋଳକଳ୍ପିତ ତଥ୍ୟ […]

g

g

Hemant Lenka
  • Published: Sunday, 27 January 2019
  • Updated: 27 January 2019, 09:34 PM IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ରବିବାର ଏକ ଅଜବ ବୟାନ ଦେଇଛନ୍ତି। ମୋଗଲ ସମ୍ରାଟ ଶାହଜାହାନ ତାଜମହଲ ନିର୍ମାଣ କରିଥିବା ସମସ୍ତେ ଜାଣିଥିଲେ ହେଁ କେନ୍ଦ୍ରମନ୍ତ୍ରୀ ହେଗଡେ କିନ୍ତୁ ଏଥିରେ ଏକମତ ହୋଇନାହାନ୍ତି।

ସେ କହିଛନ୍ତି, ତାଜମହଲକୁ ମୁସଲିମ୍‌ମାନେ ନିର୍ମାଣ କରି ନଥିବା ପ୍ରମାଣ ରହିଛି। ଇତିହାସରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଏବଂ ଏହା ଏକ ଶିବ ମନ୍ଦିର ଥିଲା ବୋଲି କହିଛନ୍ତି। ଏଭଳି ବିଭ୍ରାନ୍ତିକର ଏବଂ କପୋଳକଳ୍ପିତ ତଥ୍ୟ ପୂର୍ବରୁ ମଧ୍ୟ କେତେକ ଆତ୍ମଘୋଷିତ ଐତିହାସିକ ଦେଇଥିଲେ।

ସର୍ବଦା ବିବାଦୀୟ ବୟାନ ଦେଉଥିବା ହେଗଡେ କହିଛନ୍ତି, “ତାଜମହଲ ମୁସଲିମମାନଙ୍କ ଦ୍ୱାରା ନିର୍ମାଣ ହୋଇ ନଥିଲା। ଶାହଜାହାନ ଏହି ସ୍ଥାନକୁ ରାଜା ଜୟସିଂହଙ୍କ ଠାରୁ କିଣିଥିଲେ। ଏହା ଏକ ଶିବ ମନ୍ଦିର ଏବଂ ଏହାକୁ ରାଜା ପରମତୀର୍ଥ ନିର୍ମାଣ କରିଥିଲେ। ଏହା ତେଜୋ ମହାଳୟା ଭାବେ ପରିଚୟ ହାସଲ କରିଥିଲା।

ପରବର୍ତ୍ତୀ ଅବସ୍ଥାରେ ତେଜୋ ମହାଳୟା ହିଁ ତାଜ୍‌ ମହଲରେ ପରିଣତ ହୋଇଛି। ଯଦି ଆମେ ଏମିତି ଶୋଇ ରହିବା, ତା’ହେଲେ ଆମର ଅଧିକାଂଶ ଘର ମସଜିଦ୍‌ ଭଳି ନାମିତ ହୋଇଯିବ। ଭବିଷ୍ୟତରେ ଭଗବାନ ରାମଙ୍କୁ ଜାହାଁପନ୍ନା ଓ ମାତା ସୀତାଙ୍କୁ ବିବି ବୋଲି ମଧ୍ୟ ସମସ୍ତେ କହିବେ।”

ପୂର୍ବରୁ ଟିପୁ ଜୟନ୍ତୀକୁ ନେଇ ମଧ୍ୟ ଶ୍ରୀ ହେଗଡେ ଅନୁରୂପ ବିବାଦୀୟ ବୟାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos