ଚନ୍ଦ୍ରବାବୁଙ୍କ କଥା ଶୁଣିଲେନି ଜଗନ ମୋହନ, ଭଙ୍ଗା ହେବ ୫ କୋଟିର କୋଠା

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାକୁ ନାଇଡୁ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିବା କାଚର ଏକ ବିଲଡିଂକୁ ଭାଙ୍ଗିବା ପାଇଁ ଜଗନ ମୋହନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦ୍ରବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ବିଲଡିଂ ନିର୍ମାଣ କରିଥିଲେ। ଏଠାରେ ସେ ଲୋକଙ୍କ ଅଭିଯୋଗ ଶୁଣିବା ସହ ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟାନ୍ୟ […]

ere

Hemant Lenka
  • Published: Monday, 24 June 2019
  • , Updated: 24 June 2019, 08:26 PM IST

ହାଇଦ୍ରାବାଦ୍‌: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାକୁ ନାଇଡୁ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିବା କାଚର ଏକ ବିଲଡିଂକୁ ଭାଙ୍ଗିବା ପାଇଁ ଜଗନ ମୋହନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦ୍ରବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ବିଲଡିଂ ନିର୍ମାଣ କରିଥିଲେ।

ଏଠାରେ ସେ ଲୋକଙ୍କ ଅଭିଯୋଗ ଶୁଣିବା ସହ ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଥିଲେ। ଜୁନ୍‌ ୪ରେ ଚନ୍ଦ୍ରବାବୁ ଚିଠି ଲେଖି ଏହି ବିଲଡିଂକୁ ବ୍ୟବହାର କରିବାକୁ ସରକାର ଅନୁମତି ଦିଅନ୍ତୁ ବୋଲି ନିବେଦନ କରିଥିଲେ। ସେ ଚିଠିରେ ଲେଖିଥିଲେ ଯେ “ବିରୋଧୀ ଦଳର ନେତା ଭାବେ ମୋତେ ଏହି ବିଲଡିଂକୁ ବ୍ୟବହାର କରିବା ପାଇଁ ଦିଆଯାଉ। ଏହି ପ୍ରଜା ଭେଦିକା ବିଲଡିଂରେ ମୁଁ ଦଳର ବିଧାୟକ, ସାଧାରଣ ଲୋକ ଓ ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି।”

କିନ୍ତୁ ଜଗନ ମୋହନ ଏହାକୁ ଗୁରୁତ୍ୱ ଦେଇନାହାନ୍ତି। ୨୦୧୭ରେ ହିଁ ଚନ୍ଦ୍ରବାକୁ ଏହାକୁ ନିର୍ମାଣ କରିଥିଲେ। ଜଗନ ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ଜିଲ୍ଲାପାଳମାନଙ୍କ ସହ ପ୍ରଥମ ବୈଠକ ଏହି ପ୍ରଜା ଭେଦିକା ବିଲଡିଂରେ କରିଥିଲେ। ଏହି ବିଲଡିଂଟି ବେଆଇନ୍‌ ଭାବେ ନିର୍ମାଣ ହୋଇଥିବାରୁ ବୈଠକ ବେଳେ ହିଁ ଜଗନ ମୋହନ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ଚନ୍ଦ୍ରବାବୁ କ୍ରିଷ୍ଣା ନଦୀ କୂଳରେ ଯେଉଁ ବାସଭବନ ନିର୍ମାଣ କରିଛନ୍ତି, ସେଇଟା ମଧ୍ୟ ବେଆଇନ୍‌ ବୋଲି ଜଗନ ମୋହନ କହିଛନ୍ତି। ତେଣୁ ତାକୁ ମଧ୍ୟ ଭାଙ୍ଗିବାକୁ ଜଗନ ମୋହନ ନିର୍ଦ୍ଦେଶ ଦେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

Related story