ଚଳନ୍ତା କାର୍‌ ଉପରେ ଏସଆଇଙ୍କୁ ୨ କିମି ଯାଏ ଘୋଷାରି ନେଲେ ମଦ ବେପାରୀ

କଡପା: ଚୋର ଧରିବା ପାଇଁ ଜୀବନକୁ ବିପଦରେ ପକାଇ ଚର୍ଚ୍ଚାରେ ଜଣେ ସବ୍‌ଇନ୍ସପେକ୍ଟର। ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାର ପୁଲିଭେନ୍ଦୁଲା ପୁଲିସ ଷ୍ଟେସନର ଏସଆଇ ଗୋଟିଏ ମଦ ଚୋରା ଚାଲାଣ ରାକେଟ୍‌କୁ ଧରିବାକୁ ଯାଇ କାର୍‌ର ବନେଟ ଉପରେ ଝୁଲି ରହି ୨ କିମି ଯାଏ ଯାଇଛନ୍ତି। ପୁଲିସ ବାବୁଙ୍କ ଏପରି ସାହାସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି। କଡପା ଏସ୍‌ପି କେକେଏନ ଅମ୍ବୁରାଜନଙ୍କ ସୂଚନା ମୁତାବକ ଗତ ଗୁରୁବାର ସକାଳେ ତେଲେଙ୍ଗାନାର କୋଣ୍ଡାପୁର ଗାଁରୁ ପୁଲିଭେନ୍ଦୁଲାକୁ ମଦ ଚୋରା […]

sa

sa

Hemant Lenka
  • Published: Saturday, 29 August 2020
  • Updated: 29 August 2020, 07:25 PM IST

କଡପା: ଚୋର ଧରିବା ପାଇଁ ଜୀବନକୁ ବିପଦରେ ପକାଇ ଚର୍ଚ୍ଚାରେ ଜଣେ ସବ୍‌ଇନ୍ସପେକ୍ଟର। ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲାର ପୁଲିଭେନ୍ଦୁଲା ପୁଲିସ ଷ୍ଟେସନର ଏସଆଇ ଗୋଟିଏ ମଦ ଚୋରା ଚାଲାଣ ରାକେଟ୍‌କୁ ଧରିବାକୁ ଯାଇ କାର୍‌ର ବନେଟ ଉପରେ ଝୁଲି ରହି ୨ କିମି ଯାଏ ଯାଇଛନ୍ତି। ପୁଲିସ ବାବୁଙ୍କ ଏପରି ସାହାସିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।

କଡପା ଏସ୍‌ପି କେକେଏନ ଅମ୍ବୁରାଜନଙ୍କ ସୂଚନା ମୁତାବକ ଗତ ଗୁରୁବାର ସକାଳେ ତେଲେଙ୍ଗାନାର କୋଣ୍ଡାପୁର ଗାଁରୁ ପୁଲିଭେନ୍ଦୁଲାକୁ ମଦ ଚୋରା ଚାଲାଣ ହେଉଥିବା ଖବର ମିଳିଥିଲା। ଏନେଇ ସେ ଲୋକାଲ ପୁଲିସ ଷ୍ଟେସନକୁ ଖବର ଦେଇଥିଲେ। ପୁଲିଭେନ୍ଦୁଲା ଏସଆଇ ଗୋପିନାଥ ରେଡ୍ଡି ସଙ୍ଗେସଙ୍ଗେ ଏହାକୁ ଧରିବା ପାଇଁ ବାହାରି ଯାଇଥିଲେ।

ଏସଆଇ ଚେକିଂ ବେଳେ ଗୋଟିଏ ମାରୁତି ସୁଜୁକି ସିଆଜ ଗାଡ଼ିକୁ ଅଟକାଇଥିଲେ। ପ୍ରଥମେ ଗାଡ଼ିଟି ତା’ର ଗତିକୁ ମଧ୍ୟ ଧିମା କରିଦେଇଥିଲା। ଏହା ଦେଖି ଗୋପିନାଥ ଗାଡ଼ି ଆଗକୁ ଚାଲି ଆସିଥିଲେ। କିନ୍ତୁ ହଠାତ ଡ୍ରାଇଭ ଜଣଙ୍କ ଗାଡ଼ିର ଗତି ବଢ଼ାଇ ଖସି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏସଆଇ ଗୋପିନାଥ ଚଳନ୍ତା ଗାଡ଼ି ଉପରକୁ ଡେଇଁପଡ଼ି ଏହାର ବନେଟକୁ ଧରି ପକାଇଥିଲେ।
https://twitter.com/i/status/1299655089091608576
ଏପରି ଅବସ୍ଥାରେ ସେ ପ୍ରାୟ ଦୁଇ କିଲୋମିଟର ଯାଏ ଯାଇଥିଲେ। ଏହି ସମୟରେ ସେ ଏହି ଚଳନ୍ତା ଗାଡ଼ିରେ ଝୁଲି ରହି ଏହାର ଝରକା କାଚକୁ ଭାଙ୍ଗି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ସାମ୍ନା ପଟୁ ଗୋଟିଏ ପୁଲିସ ଗାଡ଼ି ଉକ୍ତି କାରକୁ ଅଟକାଇବାରେ ସକ୍ଷମ ହୋଇଥିଲା।

କାର ମଧ୍ୟରୁ ୮୦ ଲିଟର ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରଯାଇଛି। ଏଥିରେ ଏସଆଇ ଗୋପିନାଥଙ୍କର ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ତାଙ୍କ ପାକସ୍ଥଳୀ, ଗୋଡ଼ ଓ ହାତରେ ସାମାନ୍ୟ ଆଘାତ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos