ସିବିଆଇ ଅଫିସ ଯିବା ବେଳେ ବିରକ୍ତ ହୋଇ କହୁଣୀ ମାରିଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ରିୟା ଚକ୍ରବର୍ତ୍ତୀ ଆଜି ସିବିଆଇ ଜେରାରର ସମ୍ମୁଖୀନ ହେଉଛନ୍ତି। ଦିନ ୧୦ଟାରେ ସେ ମୁମ୍ବାଇର ଡିଆରଡିଓ ଗେଷ୍ଟହାଉସରେ ପହଞ୍ଚିବା ପରେ ସିବିଆଇ ତାଙ୍କୁ ଜେରା କରୁଛି। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଓ ସିବିଆଇ ସ୍କାନରରେ ଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ଆଜି ଜେରା କରାଯାଉଛି। ତେବେ ସିବିଆଇ ଅଫିସକୁ ଯିବା ବେଳେ ରିୟା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବେଶ ବିରକ୍ତି ପ୍ରକାଶ […]

f

f

Hemant Lenka
  • Published: Friday, 28 August 2020
  • Updated: 28 August 2020, 04:13 PM IST

Sports

Latest News

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ରିୟା ଚକ୍ରବର୍ତ୍ତୀ ଆଜି ସିବିଆଇ ଜେରାରର ସମ୍ମୁଖୀନ ହେଉଛନ୍ତି। ଦିନ ୧୦ଟାରେ ସେ ମୁମ୍ବାଇର ଡିଆରଡିଓ ଗେଷ୍ଟହାଉସରେ ପହଞ୍ଚିବା ପରେ ସିବିଆଇ ତାଙ୍କୁ ଜେରା କରୁଛି। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ ଓ ସିବିଆଇ ସ୍କାନରରେ ଥିବା ପ୍ରାୟ ସମସ୍ତ ବ୍ୟକ୍ତିଙ୍କୁ ଆଜି ଜେରା କରାଯାଉଛି।

ତେବେ ସିବିଆଇ ଅଫିସକୁ ଯିବା ବେଳେ ରିୟା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବେଶ ବିରକ୍ତି ପ୍ରକାଶ କରିଥିଲେ। ସକାଳ ପ୍ରହରରୁ କିଛି ଗଣମାଧ୍ୟମ ତାଙ୍କ ଘର ଆଗରେ ଡେରା ପକାଇ ବସିଛନ୍ତି। ଏପରି କି ଗତକାଲି କିଛି  ଗଣମାଧ୍ୟମ ରିୟାଙ୍କ ଆପାର୍ଟମେଣ୍ଟରେ ମଧ୍ୟ ପଶି ଯାଇଥିଲେ। ଏହାକୁ ନେଇ ସିକ୍ୟୁରିଟି ଗାର୍ଡଙ୍କ ସହ ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିଲା।
https://twitter.com/i/status/1299220944775380993

ଆଜି ସକାଳୁ ରିୟା ସିବିଆଇ ଜେରାର ନୂଆ ଠିକଣା ଡିଆରଡିଓ ଗେଷ୍ଟ ହାଉସକୁ ଯିବାକୁ ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ଘର ସାମ୍ନାରେ ଡେରା ପକାଇ ବସିଥିଲେ। ଏହାକୁ ନେଇ ରିୟା ବେଶ ରାଗି ଯାଇଥିଲେ। ସେ କାରରେ ବସିବା ପରେ କିଛି କ୍ୟାମେରାମ୍ୟାନ ତାଙ୍କ ଛବି ଉଠାଇବାକୁ ଚେଷ୍ଟା କରିବା ସହ ଗାଡ଼ିକୁ ଘେରି ଯାଇଥିଲେ।

ଏହା ଦେଖି ପୂର୍ବରୁ ସୁଶାନ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ରିୟା କାର୍‌ର ଝରକା ପଟେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚାଲିଯିବାକୁ କହିଥିଲେ। ତଥାପି କିଛି ଗଣମାଧ୍ୟମ ତାଙ୍କ ଉପରେ କ୍ୟାମେରା ପକାଇ ଚାଲିଥିଲେ। ଏଥିରେ ବିରକ୍ତ ପ୍ରକାଶ କରି ନିଜ କହୁଣୀରେ ରିୟା କାର୍‌ର କାଚ୍‌କୁ ମାଡ଼ ମାରିଥିଲେ। କାର୍‌ରେ ଲାଗିଥିବା କାଚ ଏପଟେ କିଛି ଗଣମାଧ୍ୟମର କ୍ୟାମେରା ରହିଥିଲା। ରିୟା କ୍ୟାମେରିକାକୁ କହୁଣୀ ମାରୁଥିଲେ ବୋଲି କହି ଗଣମାଧ୍ୟମ ଗୁଡ଼ିକ ଖବର ପ୍ରସାରଣ କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos