ଆମରଣ ଅନଶନରେ ବସିବେ ଆନ୍ନା: ଏଥର କ’ଣ ରହିଛି ଦାବି ?

ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହଜାରେ ଆଜିଠାରୁ ଆମରଣ ଅନଶନରେ ବସୁଛନ୍ତି। ତାଙ୍କ ପ୍ରମୁଖ ଦାବିରେ ଲୋକପାଳ ବିଧେୟକ ପାରିତ କରିବା ରହିଛି। ଏହାସହ ଅନ୍ୟ ୬ଟି ଦାବିକୁ ନେଇ ଆନ୍ନା ଅନଶନରେ ବସିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ଏଥର ଆନ୍ନାଙ୍କ ଦାବି। ୧. ଚାଷୀଙ୍କୁ ତାଙ୍କ ଖର୍ଚ୍ଚ ହିବାସରେ ଦେଢ଼ଗୁଣା ମୂଲ୍ୟ ଦିଆଯାଉ। ୨. ଚାଷ ପରେ ନିର୍ଭର କରୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଚାଷୀଙ୍କୁ ପ୍ରତିମାସ ୫୦୦୦ ଟଙ୍କା ପେନ୍‌ସନ ଦିଆଯାଉ। […]

anna

anna

Rakesh Mallick
  • Published: Friday, 23 March 2018
  • Updated: 23 March 2018, 09:29 AM IST

ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହଜାରେ ଆଜିଠାରୁ ଆମରଣ ଅନଶନରେ ବସୁଛନ୍ତି। ତାଙ୍କ ପ୍ରମୁଖ ଦାବିରେ ଲୋକପାଳ ବିଧେୟକ ପାରିତ କରିବା ରହିଛି। ଏହାସହ ଅନ୍ୟ ୬ଟି ଦାବିକୁ ନେଇ ଆନ୍ନା ଅନଶନରେ ବସିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ଏଥର ଆନ୍ନାଙ୍କ ଦାବି।

୧. ଚାଷୀଙ୍କୁ ତାଙ୍କ ଖର୍ଚ୍ଚ ହିବାସରେ ଦେଢ଼ଗୁଣା ମୂଲ୍ୟ ଦିଆଯାଉ।

୨. ଚାଷ ପରେ ନିର୍ଭର କରୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଚାଷୀଙ୍କୁ ପ୍ରତିମାସ ୫୦୦୦ ଟଙ୍କା ପେନ୍‌ସନ ଦିଆଯାଉ।

୩. କୃଷି ଆୟୋଗକୁ ସମ୍ବିଧାନିକ ମର୍ଯ୍ୟାଦା ଓ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଉ।

୪. ଲୋକପାଳ ବିଲ୍‌ ପାରିତ କରାଯିବା ସହ ଲୋକପାଳ ଆଇନ୍‌ ତୁରନ୍ତ ଳାଗୁ କରାଯାଉ।

୫. ଲୋକପାଳ ଆଇନ୍‌କୁ ଦୃର୍ବଳ କରୁଥିବା ଧାରା ୪୪ ଓ ଧାରା ୬୩କୁ ତୁରନ୍ତ ରଦ୍ଦ କରାଯାଉ୬. ସବୁ ରାଜ୍ୟରେ ଉପଯୁକ୍ତ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦିଆଯାଉ।

୭. ନିର୍ବାଚନ ସୁଧାର ପାଇଁ ଉଚିତ ନିଷ୍ପତ୍ତି ନିଆଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos