ଆଉ ଜଣେ ଋଣ ଖିଲାଫକାରୀ ଫେରାର, ୪ ବର୍ଷ ପରେ ଏସବିଆଇର ମନେପଡ଼ିଲା

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ଆଉ ଜଣେ ଖିଲାଫକାରୀଙ୍କ ସମ୍ପର୍କରେ ତଥ୍ୟ ମିଳିଛି। ଫେରାର କମ୍ପାନୀର ମାଲିକ ଏସବିଆଇ ଓ ଅନ୍ୟ ବ୍ୟାଙ୍କରୁ ୪୦୦ କୋଟି ଟଙ୍କାର ଋଣ ନେଇଥିଲେ। ହେଲେ ଏହାକୁ ପୈଠ କରିବା ବଦଳରେ ସେ ବିଦେଶକୁ ଖସି ଚାଲିଯାଇଛନ୍ତି। ୨୦୧୬ରୁ ସେ ଫେରାର ଥିଲେ ହେଁ ଦୀର୍ଘ ୪ ବର୍ଷ ପରେ ଏସବିଆଇର ଏକଥା ମନେପଡ଼ିଛି ଓ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ବାସମତି […]

ds

ds

Hemant Lenka
  • Published: Saturday, 09 May 2020
  • Updated: 09 May 2020, 11:53 AM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ଆଉ ଜଣେ ଖିଲାଫକାରୀଙ୍କ ସମ୍ପର୍କରେ ତଥ୍ୟ ମିଳିଛି। ଫେରାର କମ୍ପାନୀର ମାଲିକ ଏସବିଆଇ ଓ ଅନ୍ୟ ବ୍ୟାଙ୍କରୁ ୪୦୦ କୋଟି ଟଙ୍କାର ଋଣ ନେଇଥିଲେ। ହେଲେ ଏହାକୁ ପୈଠ କରିବା ବଦଳରେ ସେ ବିଦେଶକୁ ଖସି ଚାଲିଯାଇଛନ୍ତି। ୨୦୧୬ରୁ ସେ ଫେରାର ଥିଲେ ହେଁ ଦୀର୍ଘ ୪ ବର୍ଷ ପରେ ଏସବିଆଇର ଏକଥା ମନେପଡ଼ିଛି ଓ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ଦାଖଲ କରାଯାଇଛି।

ବାସମତି ଚାଉଳ ରପ୍ତାନୀ କରୁଥିବା ରାମଦେବ ଇଣ୍ଟନ୍ୟାଶନାଲ ଲିଃର ମାଲିକ ୬ଟି ବ୍ୟାଙ୍କରୁ ୪୦୦ କୋଟିର ଋଣ ନେଇଥିଲେ। କିନ୍ତୁ ୨୦୧୬ରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ୨୦୧୬ରେ କମ୍ପାନୀ କ୍ଷତିରେ ଚାଲିଥିବା ଘୋଷଣା କରାଯାଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ଫେବୃଆରୀ ୨୮ରେ ଏସବିଆଇ ଉକ୍ତ କମ୍ପାନୀ ନାଁରେ ଅଭିଯୋଗ କରିଥିଲା।

ସିବିଆଇ ଏପ୍ରିଲ ୨୮ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାମ ଦେବ ଇଣ୍ଟରନ୍ୟାଶନାଲ ଏସବିଆଇରୁ ୧୭୩.୧୧ କୋଟି, କାନାଡା ବ୍ୟାଙ୍କରୁ ୭୬.୦୯ କୋଟି, ୟୁନିୟନ ବ୍ୟାଙ୍କ ଇଣ୍ଡିଆରୁ ୬୪.୩୧ କୋଟି, ସେଣ୍ଟ୍ରାଲ ବ୍ୟାଙ୍କରୁ ୫୧.୩୧ କୋଟି, କର୍ପୋରେସନ ବ୍ୟାଙ୍କରୁ ୩୬.୯୧ କୋଟି ଓ ଆଇଡିବିଆଇ ବ୍ୟାଙ୍କରୁ ୧୨.୨୭ କୋଟି ଟଙ୍କା ଋଣ କରିଥିଲା। କମ୍ପାନୀ ଉପରେ ୪୧୪ କୋଟି ଟଙ୍କାର ଋଣ ବକେୟା ପଡ଼ିଛି।

ଏବେ ସିବିଆଇ ଘଟଣାର ଖୋଳତାଡ଼ କରି କମ୍ପାନୀର ନିର୍ଦ୍ଦେଶକ ନରେଶ କୁମାର, ସୁରେଶ କୁମାର, ସଙ୍ଗୀତା ଓ ଅଜଣା ସରକାରୀ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ମୁସାଦି ଲାଲ କ୍ରିଷ୍ଣ ଲାଲ ନାମକ ଏକ କମ୍ପାନୀ ରାମ ଦେବ ଇଣ୍ଟରନ୍ୟାଶନାଲ ବିରୋଧରେ ୩୦ ଲକ୍ଷ ଟଙ୍କାର ନେଣଦେଣରେ ହେରଫେର ହୋଇଥିବା ଅଭିଯୋଗ କରିଥିଲା। ଏଥିପାଇଁ ମୁସାଦି ଲାଲ କ୍ରିଷ୍ଣ ଲାଲ କମ୍ପାନୀ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ଦ୍ୱାରସ୍ଥ ହୋଇଥିଲା।

ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ୩ଥର ରାମ ଦେବ ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶକଙ୍କ ନାଁରେ ୱାରେଣ୍ଟ ଜାରି କରିଥିଲେ ହେଁ ମେ’ ୨୦୧୮ରୁ ଏହାର କୌଣସି ଉତ୍ତର ମିଳି ନଥିଲା। ୨୦୧୮ ଡିସେମ୍ବର ମାସରେ କମ୍ପାନୀର ନିର୍ଦ୍ଦେଶକ ଦୁବାଇ ଫେରାର ହୋଇଯାଇଥିବା ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ଜାଣିବାକୁ ପାଇଥିଲେ।

ଏହା ୨୦୧୮ରୁ ଜଣାପଡ଼ିଥିଲେ ହେଁ ୨୦୨୦ ଫେବୃଆରୀ ୨୮ ଯାଏ ଏସବିଆଇ କୌଣସି ଅଭିଯୋଗ କାହିଁକି କରି ନଥିଲା ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos