ସ୍ଥିତି ପରଖିବାକୁ ପୁଣି କଶ୍ମୀର ଯିବେ ବିଦେଶୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ଦୁଇ ଭାଗରେ ପରିଣତ କରିବା ପରେ ସେଠାକାର ସ୍ଥିତି କେତେ ସ୍ୱାଭାବିକ ହୋଇଛି, ତା’ର ଯାଞ୍ଚ କରିବା ପାଇଁ ପୁଣିଥରେ ଏକ ବିଦେଶୀ ରାଷ୍ଟ୍ରଦୂତ ଟିମ ଉପତ୍ୟକା ଗସ୍ତ କରିବ। ଏହି ବିଦେଶୀ ରାଷ୍ଟ୍ରଦୂତଙ୍କ ଟିମରେ ଅଧିକାଂଶ ୟୁରୋପିଆନ ୟୁନିଅନର ସଦସ୍ୟ ରହିବେ। ଚଳିତ ସପ୍ତାହ ଶେଷ ଭାଗରେ ଏମାନେ ଜମ୍ମୁ-କଶ୍ମୀର ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମଧ୍ୟ ଆମେରିକା ସମେତ ଏକାଧିକ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ […]

edf

edf

Hemant Lenka
  • Published: Monday, 10 February 2020
  • Updated: 10 February 2020, 05:45 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ଦୁଇ ଭାଗରେ ପରିଣତ କରିବା ପରେ ସେଠାକାର ସ୍ଥିତି କେତେ ସ୍ୱାଭାବିକ ହୋଇଛି, ତା’ର ଯାଞ୍ଚ କରିବା ପାଇଁ ପୁଣିଥରେ ଏକ ବିଦେଶୀ ରାଷ୍ଟ୍ରଦୂତ ଟିମ ଉପତ୍ୟକା ଗସ୍ତ କରିବ। ଏହି ବିଦେଶୀ ରାଷ୍ଟ୍ରଦୂତଙ୍କ ଟିମରେ ଅଧିକାଂଶ ୟୁରୋପିଆନ ୟୁନିଅନର ସଦସ୍ୟ ରହିବେ।

ଚଳିତ ସପ୍ତାହ ଶେଷ ଭାଗରେ ଏମାନେ ଜମ୍ମୁ-କଶ୍ମୀର ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମଧ୍ୟ ଆମେରିକା ସମେତ ଏକାଧିକ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ କଶ୍ମୀର ଯାଇ ସ୍ଥିତି ପରଖି ଥିଲେ।

ଏହି ରାଷ୍ଟ୍ରଦୂତମାନଙ୍କ ଦୁଇ ଦିନିଆ କଶ୍ମୀର ଗସ୍ତ ବୁଧବାର ଆରମ୍ଭ ହେବ। ଏହି ୨୫ ଜଣ ରାଷ୍ଟ୍ରଦୂତ ଟିମ୍‌ରେ ୧୦ ଜଣ ୟୁରୋପିଆନ ୟୁନିଅନର ସଦସ୍ୟ ରହିଛନ୍ତି। ଏମାନେ କଶ୍ମୀରର ବଡ଼ଗାମ ଯିବେ। ସେଠାରେ ଏମାନଙ୍କୁ ଭାରତୀୟ ସେନା ପକ୍ଷରୁ ସ୍ଥିତି ବାବଦରେ ଅବଗତ କରାଯିବ।

ପୂର୍ବରୁ ଆମେରିକା ସମେତ ୧୫ଟି ଦେଶର ରାଷ୍ଟ୍ରଦୂତ କଶ୍ମୀର ଗସ୍ତ କରିଥିଲେ। ହେଲେ ୟୁରୋପ ୟୁନିଅନ ଏହି ଗସ୍ତରୁ ନିଜକୁ ଦୂରେଇ ରଖିଥିଲା।  ଏବେ ସେମାନେ କଶ୍ମୀର ସ୍ଥିତି ପରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos