ପୁଣି ଜଣେ ଟିଏମସି ବିଧାୟକ ଓ ୧୮ କାଉନସିଲର ବିଜେପିରେ ମିଶିବେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟ୍‌କା ଲାଗିବାକୁ ଯାଉଛି। ଦଳର ଜଣେ ବିଧାୟକ ଓ ୧୮ ଜଣ କାଉନସିଲର ବିଜେପିରେ ମିଶିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଆଲିପୁରଦୁରାର ବିଧାୟକ ୱିଲସନ ଚମ୍ପରାମେରୀ କହିଛନ୍ତି, “ମୁଁ ଏବଂ ଟିଏମସିର ୧୮ ଜଣ କାଉନସିଲର ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଛୁ। ଆମେ ବିଜେପିରେ ଯୋଗ ଦେବାକୁ ମନସ୍ଥ କରିଛୁ। ଆମମାନଙ୍କ ପରେ ଅନେକ ଟିଏମସି ନେତା ଓ କର୍ମୀ ବିଜେପିରେ ମିଶିବେ। ଏଥିପାଇଁ […]

ss

Hemant Lenka
  • Published: Monday, 24 June 2019
  • , Updated: 24 June 2019, 05:01 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟ୍‌କା ଲାଗିବାକୁ ଯାଉଛି। ଦଳର ଜଣେ ବିଧାୟକ ଓ ୧୮ ଜଣ କାଉନସିଲର ବିଜେପିରେ ମିଶିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଆଲିପୁରଦୁରାର ବିଧାୟକ ୱିଲସନ ଚମ୍ପରାମେରୀ କହିଛନ୍ତି, “ମୁଁ ଏବଂ ଟିଏମସିର ୧୮ ଜଣ କାଉନସିଲର ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଛୁ। ଆମେ ବିଜେପିରେ ଯୋଗ ଦେବାକୁ ମନସ୍ଥ କରିଛୁ। ଆମମାନଙ୍କ ପରେ ଅନେକ ଟିଏମସି ନେତା ଓ କର୍ମୀ ବିଜେପିରେ ମିଶିବେ। ଏଥିପାଇଁ ସେମାନେ ଦଳର ହାଇକମାଣ୍ଡଙ୍କ ସହ ଯୋଗାଯୋଗରେ ରହିଛନ୍ତି।”

ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮ଟି ଆସନ ଜିତିଥିଲା। ଏହାପରେ ଜଣଙ୍କ ପରେ ଜଣେ ଟିଏମସି ବିଧାୟକ, ସାଂସଦ ଓ ନେତାମାନେ ବିଜେପିରେ ମିଶିବାରେ ଲାଗିଛନ୍ତି। ବିଜେପି ମଧ୍ୟ ୭ଟି ପର୍ଯ୍ୟାୟରେ ଟିଏମସିର ଅନେକ ନେତା ଦଳରେ ମିଶିବେ ବୋଲି କହିଥିଲା।

Related story