୧୨ କାଉନସିଲରଙ୍କ ସହ ବିଜେପିରେ ମିଶିଲେ ଟିଏମସି ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିକୁ ବିଜେପି ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଚାଲିଛି। ଆଜି ପୁଣିଥରେ ଟିଏମସିର ଜଣେ ବିଧାୟକ ଓ ୧୨ ଜଣ କାଉନସିଲ୍‌ର ପଦ୍ମ ଧରିଛନ୍ତି। ବୋନଗାଓଁର ଟିଏମସି ବିଧାୟକ ବିଶ୍ୱଜିତ୍ ଦାସ ନୂଆଦିଲ୍ଲୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳକୁ ସ୍ୱାଗତ କରିବା ପାଇଁ ବିଜେପିର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକୁଲ ରୟ ଉପସ୍ଥିତ ରହିଥିଲେ। ବିଶ୍ୱଜିତଙ୍କ ବ୍ୟତୀତ ଟିଏମସିର ୧୨ ଜଣ […]

bjp

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 08:55 PM IST

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିକୁ ବିଜେପି ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଚାଲିଛି। ଆଜି ପୁଣିଥରେ ଟିଏମସିର ଜଣେ ବିଧାୟକ ଓ ୧୨ ଜଣ କାଉନସିଲ୍‌ର ପଦ୍ମ ଧରିଛନ୍ତି। ବୋନଗାଓଁର ଟିଏମସି ବିଧାୟକ ବିଶ୍ୱଜିତ୍ ଦାସ ନୂଆଦିଲ୍ଲୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି।

ତାଙ୍କୁ ଦଳକୁ ସ୍ୱାଗତ କରିବା ପାଇଁ ବିଜେପିର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକୁଲ ରୟ ଉପସ୍ଥିତ ରହିଥିଲେ। ବିଶ୍ୱଜିତଙ୍କ ବ୍ୟତୀତ ଟିଏମସିର ୧୨ ଜଣ କାଉନସିଲର ଓ କଂଗ୍ରେସ ମୁଖପାତ୍ର ପ୍ରସନ୍ନଜିତ ଘୋଷ ମଧ୍ୟ ପଦ୍ମ ଧରିଛନ୍ତି। ଗତକାଲି ନୋପାରର ଟିଏମସି ବିଧାୟକ ସୁନୀଲ ସିଂହ, ୧୫ ଜଣ ଟିଏମସି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲର ବିଜେପିରେ ଯୋଗଦେଇଥିଲେ।

Related story