ନରୋଦା ପଟିୟା ଦଙ୍ଗା ଘଟଣାରେ ୪ ଦୋଷୀଙ୍କୁ ଜାମିନ୍
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୦୨ ନରୋଦା ପଟିୟା ଦଙ୍ଗା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଏହି ୪ ଜଣ ବ୍ୟକ୍ତି ହେଲେ ଉମେଶ ଭାଇ ଭରୱାଦ,ରାଜକୁମାର, ହରଶଦ ଓ ପ୍ରକାଶ ଭାଇ ରାଥୋଡ଼।
ଏହି ଦଙ୍ଗାରେ ୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। ହାଇକୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ଖଣ୍ଡପୀଠ ଏମାନଙ୍କୁ ଜାମିନ୍ ଦେଇଛନ୍ତି। ଜାମିନ୍ ଦେଲା ବେଳେ ଖଣ୍ଡପୀଠ ଗୁଜରାଟ ହାଇକୋର୍ଟ ଯେଉଁ ଆଧାରରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ, ତାହା ବିତର୍କର ବିଷୟ, ତେଣୁ ଏମାନଙ୍କ ବିରୋଧରେ ମାମଲା ଶେଷ ନ ହେବା ଯାଏ, ଏମାନଙ୍କୁ ଜାମିନ୍ ମିଳିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।