ବିଜେପି ଉପରେ ଅସନ୍ତୋଷ ପ୍ରକାଶ କଲା ଆଉ ଏକ ଦଳ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭରଙ୍କ ବ୍ୟବହାରରେ ବିଜେପି ସହଯୋଗୀ ଦଳ ଭାବେ ପରିଚିତ ‘ଅପନା ଦଳ’ ଅସନ୍ତୋଷ ପ୍ରକାଶ କରିଛି। ଏମିତିକି ଦଳ ରାଜ୍ୟସଭା ଭୋଟିଂରେ ବିଜେପି ବିରୋଧରେ ଯ।ଇପାରେ ବୋଲି ଖବର ମିଳୁଛି।

ଅପନା ଦଳର କେତେକ ବିଧାୟକ ଯୋଗୀ ସରକାରଙ୍କର କାର୍ଯ୍ୟଶୈଳୀ ଉପରେ ଖୁସି ନାହାଁନ୍ତି। ସରକାର ଏକ୍‌ଚାଟିଆ ମନଭାବ ଦେଖାଇବା ସହିତ ବିଧାୟକଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଉ ନାହାଁନ୍ତି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ଉତ୍ତର ପ୍ରଦେଶରେ ଏନ୍‌ଡିଏ ‘ଅପନା ଦଳ’ ସହିତ ମେଣ୍ଟ କରି ସରକାର ଗଠନ କରିଛି। ଏହି ଦଳରେ ୯ ଜଣ ବିଧାୟକ ଅଛନ୍ତି। ନିକଟରେ ରାଜ୍ୟସଭା ନିର୍ବାଚନ ନେଇ ଦଳ ନିଜର ୯ ବିଧାୟକଙ୍କୁ ନେଇ ବୈଠକ କରିବାକୁ ଯାଉଛି। ଏଥିରେ ଦଳ ବିଜେପିକୁ ଭୋଟ୍ ଦେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।